ବର୍ଷାରେ ବୁଡିଲା ଅଧା ଭାରତ

ଦିଲ୍ଲୀ ଏନସିଆରର କିଛି ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି….

ମୁମ୍ବାଇ : ମହାରାଷ୍ଟ୍ରରେ କିଛି ଦିନହେଲା ହେଉଥିବା ମୂଷଳଧାରା ବର୍ଷା କାରଣରୁ ଏପର୍ଯ୍ୟନ୍ତ ୮୩ ଲୋକଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇରେ ହେଉଥିବା ପ୍ରବଳ ବର୍ଷାରେ କେତେକ ଅଂଚଳ ଜଳମଗ୍ନ ହୋଇଯାଇଛି । ଏହାବ୍ୟତୀତ ୧୬୪ ପଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଉତ୍ତର ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ୧୨ ମୃତ୍ୟୁ ହୋଇଛି ଏବଂ ନାଗପୁରରେ ୪ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶର କେତେକ ରାଜ୍ୟରେ ହେଉଥିବା ବର୍ଷାରେ ପରିସ୍ଥିତ ଖରାପ ହୋଇଯାଇଛି । ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ହାହାକାର ହୋଇଯାଇଛି ।

ଗୁଜରାଟରେ ୬ ଜିଲ୍ଲାରେ ବନ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଦିଲ୍ଲୀ ଏନସିଆରର କିଛି ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଅନ୍ୟପକ୍ଷରେ ୨୦ରୁ ଅଧିକ ରାଜ୍ୟରେ ପ୍ରବଳ ମାତ୍ରାରେ ବର୍ଷା ହେଉଛି । ଗୁଜୁରାଟରେ ଏପର୍ଯ୍ୟନ୍ତ ୬୩ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।