ମହାରାଷ୍ଟ୍ର: ମହାରାଷ୍ଟ୍ରର ୟାଭତମାଲ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାସ୍ଥ୍ୟକର୍ମୀଙ୍କ ସଂଘାତିକ ଅବହେଳା ଯୋଗୁଁ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଡ୍ରପ୍। ହ୍ୟାଣ୍ଡ ସାନିଟାଇଜର ଡ୍ରାପ ଖାଇ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତ ରବିବାର ଦିନ ୧ ବର୍ଷରୁ ୫ ବର୍ଷ ବୟସ ଯାଏଁ ଶିଶୁଙ୍କୁ ପୋଲିଓ ଡ୍ରପ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ସମୟରେ ୟାଭତମାଲ ଜିଲ୍ଲାରେ ଘାଟାନଜିର କାପାସି-କୋପାରୀ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ପୋଲିଓ ସପ୍ଲିମେଣ୍ଟ ବଦଳରେ ଶିଶୁଙ୍କୁ ହ୍ୟାଣ୍ଡ ସାନିଟାଇଜର ଦେଇଥିବା ଅଭିଯୋଗ ହୋଇଥିଲା।