ମୁମ୍ୱାଇ: ମୁମ୍ୱାଇ ପୁଲିସ ନାଁରେ ସାଂଘାତିକ ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ହାଂସା ରିସର୍ଚ୍ଚ ଗ୍ରୁପ୍। ହାଇକୋର୍ଟରେ ହାଂସା ରିଟ୍ ପିଟିସିନ୍ ଦାଖଲ କରି କହିଛି, ଟିଆରପି ମାମଲାରେ ‘ଇଣ୍ଡିଆ ଟୁଡେ’ ନାଁରେ ତାଙ୍କ କମ୍ପାନୀ ରିପୋର୍ଟ କରିଛି। ହେଲେ ମୁମ୍ୱାଇ ପୁଲିସ ରିପବ୍ଲିକ ଟିଭି ନାଁରେ ମିଛ ବୟାନ ଦେବାକୁ ସଚିନ ବାଜେ ନାମକ ପୁଲିସ ବାଧ୍ୟ କରୁଛନ୍ତି। ମିଛ ବୟାନ ନଦେବାରୁ ତାଙ୍କ କମ୍ପାନୀର ଅନେକ କର୍ମଚାରୀଙ୍କୁ ପୁଲିସ ଅଟକ ରଖିଛି। ଏମିତିକି ସେମାନଙ୍କ ମୋବାଇଲ୍ ମଧ୍ୟ ଜବତ କରିଛି। ଏହାବାଦ କମ୍ପାନୀ ଉପରେ ବାରମ୍ୱାର ଚାପ ପକାଇ ମିଛ ବୟାନ ଦେବାକୁ ସଚିନ ଧମକ ଦେଉଥିବା ଅଭିଯୋଗ ହୋଇଛି। ତେଣୁ ମାମଲା ସିବିଆଇକୁ ହସ୍ତାନ୍ତର କରିବା ଦରକାର ବୋଲି କୋର୍ଟରେ ହାଂସା ଦାବି କରିଛି।
ସୂଚନାଯୋଗ୍ୟ, ମୁମ୍ୱାଇ ପୁଲିସ କମିଶନର ଅକ୍ଟୋବର 8ରେ କହିଥିଲେ ଟିଆରପି ମାପୁଥିବା ସଂସ୍ଥା ବାର୍କର ରିପୋର୍ଟ ଅନୁଯାୟୀ ରିପବ୍ଲକ ଟିଭି ଏବଂ ଦୁଇ ଅନ୍ୟ ମରାଠୀ ଚ୍ୟାନେଲରେ ଟିଆରପି ସ୍କାଣ୍ଡାଲ ଅଭିଯୋଗ ଆସିଛି। ଏହାପରେ ରିପବ୍ଲିକ ଟିଭି ହାଂସା ରିପୋର୍ଟକୁ ଦେଖାଇଥିଲା। ଯେଉଁଥିରେ ଇଣ୍ଡିଆ ଟୁଡ଼େ ନାଁ ରହିଛି। ରିପବ୍ଲିକ ଟିଭି ନାଁ ନାହିଁ। କୋର୍ଟରେ ମହାରାଷ୍ଟ୍ର ସରକାର ମଧ୍ୟ ପରମବୀର ସିଂ କହିଥିବା ମତକୁ ଖଣ୍ଡନ କରିଥିଲେ। ଏହାପରେ ଯୋଗୀ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟିଆରପି ମାମଲାର ତଦନ୍ତ ସିବିଆଇକୁ ଦିଆଯାଇଛି। ହେଲେ ସିବିଆଇ ତଦନ୍ତ ଉପରେ ମହାରାଷ୍ଟ୍ର ସରକାର ରୋକ୍ ଲଗାଇଛନ୍ତି।