ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ harghartiranga.com ରେ ତ୍ରିରଙ୍ଗା ସହ ଫଟୋ ଅପଲୋଡ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।
ଏକାଧିକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ହର ଘର ତିରଙ୍ଗା’’ ଅଭିଯାନ ଆଜାଦୀ କା ଅମୃତ ମହୋତ୍ସବରେ ଏକ ନୂଆ ଶକ୍ତି ଭରିଛି । ଦେଶବାସୀମାନଙ୍କୁ ଚଳିତବର୍ଷ ଏହି ଅଭିଯାନକୁ ଏକ ନୂଆ ଉଚ୍ଚତାକୁ ନେଇଯିବାର ଅଛି । ଆସନ୍ତୁ, ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ଦେଶର ଗର୍ବ ଓ ଗୌରବର ପ୍ରତୀକ ଜାତୀୟ ପତାକାକୁ ଉଡ଼ାଇବା । ତ୍ରିରଙ୍ଗା ସହିତ harghartiranga.com ରେ ନିଜ ସେଲଫି ମଧ୍ୟ ନିଶ୍ଚିତ ଅପଲୋଡ କରିବା’’
‘‘ସ୍ୱାଧୀନତା ଓ ରାଷ୍ଟ୍ରୀୟ ଏକତା ଉତ୍ସାହର ପ୍ରତୀକ ହେଉଛି ତ୍ରିରଙ୍ଗା । ତ୍ରିରଙ୍ଗା ସହିତ ପ୍ରତ୍ୟେକ ଭାରତୀୟଙ୍କର ଆବେଗିକ ସମ୍ପର୍କ ରହିଛି ଏବଂ ଏହା ଜାତୀୟ ପ୍ରଗତିକୁ ଆହୁରି ସମୃୃଦ୍ଧ କରିବାପାଇଁ କଠିନ ପରିଶ୍ରମ କରିବାକୁ ଆମକୁ ପ୍ରେରଣା ଦେଉଛି । ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଅଂଶଗ୍ରହଣ ନିମନ୍ତେ ଆହ୍ୱାନ ଜଣାଉଛି । ତ୍ରିରଙ୍ଗା ସହିତ ଆପଣମାନେ ନିଜ ଫଟୋକୁ harghartiranga.com ରେ ଅପଲୋଡ କରନ୍ତୁ ।’’