କଂଗ୍ରେସରେ ସାମିଲ ହୋଇପାରନ୍ତି ହରଭଜନ ସିଂ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଭାରତୀୟ କ୍ରିକେଟର ହରଭଜନ ସିଂଙ୍କ ସହ ଏକ ଫଟୋ ସେୟାର କରିଥିଲେ ।

ଏହି ଫଟୋ ସେୟାର କରି ଲେଖିଛନ୍ତି କି ଏହି ଫଟୋ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ । କିଛିଦିନ ପୂବରୁ ହରଭଜନ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଖବରକୁ ସେ ଫେକ୍‌ ନ୍ୟୁଜ ବୋଲି କହିଥିଲେ ।ସୂଚନା ଅନୁସାରେ ଆଗାମୀ ଦିନରେ ଜଲନ୍ଧର ବିଧାନସଭା କ୍ଷେତ୍ରରେ ହରଭଜନ ସିଂ ନିର୍ବାଚନକୁ ଓହ୍ଲାଇ ପାରନ୍ତି ବୋଲି କୁହାଯାଉଛି ।