ଟ୍ୱିଟର ଆକାଉଣ୍ଟରୁ ଦଳର ନାଁ ହଟାଇଲେ ହାର୍ଦ୍ଦିକ
ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ତାଙ୍କ ଟ୍ୱିଟର….
ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଦଳର ନାଁ ହଟାଇ ଦେଇଛନ୍ତି । କଂଗ୍ରେସ ଜାଗାରେ ସେ ସାମାଜିକ ଓ ରାଜନୈତିକ କାର୍ଯ୍ୟକର୍ତ୍ତା ବୋଲି ଲେଖିଛନ୍ତି । ଅନ୍ୟପକ୍ଷରେ ହାର୍ଦ୍ଦିକ ଚଳିତବର୍ଷ ଶେଷ ଆଡକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଟ୍ୱିଟର ଆକାଉଣ୍ଟରୁ କଂଗ୍ରେସର ହାତ ଚିହ୍ନଟ ହଟାଇ ଦେଇଛନ୍ତି । ହାର୍ଦ୍ଦିକ ଓ ପାର୍ଟି ମଧ୍ୟରେ ଗତ କିଛିଦିନ ହେବ ମତଭେଦ ଚାଲିଥିବା ଖବର ସାମ୍ନାକୁ ଆସିଥିଲା । ସେହିପରି ନିକଟରେ ହାର୍ଦ୍ଦିକ ବିଜେପିର କାର୍ଯ୍ୟକୁ ପ୍ରଶଂସା କରିଥିବା ମଧ୍ୟ ନଜିର ରହିଛି ।