ହର୍ଷଦାଙ୍କୁ ସ୍ୱର୍ଣ୍ଣ

ଆଇଡବଲ୍ୟୁଏଫ ଜୁନିୟର ୱାର୍ଲ୍ଡ ଚାମ୍ପିଅନଶିପରେ ଭାରତୀୟ ୱେଟଲିଫ୍ଟର ହର୍ଷଦା ଶରଦ…

ନୂଆଦିଲ୍ଲୀ: ଆଇଡବଲ୍ୟୁଏଫ ଜୁନିୟର ୱାର୍ଲ୍ଡ ଚାମ୍ପିଅନଶିପରେ ଭାରତୀୟ ୱେଟଲିଫ୍ଟର ହର୍ଷଦା ଶରଦ ଗରୁଡ ରେକର୍ଡ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ମହିଳା ୪୫ କିଗ୍ରା ଓଜନ ବର୍ଗରେ ସେ ମୋଟ ୧୫୩ କିଗ୍ରା ଭାର ଉଠାଇ ଭାରତ ପାଇଁ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ୱର୍ଣ୍ଣପଦକ ଅର୍ଜନ କରିଛନ୍ତି । ହର୍ଷଦା ସ୍ନାଚରେ ୭୦ କିଗ୍ରା ଉଠାଇ ଏକ ନମ୍ବରରେ ରହିଥିବା ବେଳେ କ୍ଲିନ ଏଣ୍ଡ ଜର୍କରେ ୮୩ କିଗ୍ରାର ଭାର ଉତ୍ତୋଳନ ଦ୍ୱିତୀୟ ସର୍ବଶ୍ରେଷ୍ଠ ରହିଥିଲା । ଏହି ଇଭେଣ୍ଟରେ ତୁର୍କୀର ବେକଟାସ ଚାନ ସୁ ୧୫୦ କିଗ୍ରା ଓଜନ ସହ ରୌପ୍ୟ ଓ ମୋଲଡୋଭାର ହିନକୁ ଟିଓଡୋରା-ଲୁମିନିଟା ୧୪୯ କିଗ୍ରା ସହ ବ୍ରୋଞ୍ଜ ପଦକ ପାଇଛନ୍ତି । ଏହି ଓଜନ ବର୍ଗରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଅଞ୍ଜଳି ପଟେଲ ୧୪୮ କିଗ୍ରା ଓଜନ ଉଠାଇ ପଞ୍ଚମ ସ୍ଥାନରେ ରହିଥିଲେ ।i