ନୂଆଦିଲ୍ଲୀ : ଦେଶରେ କରୋନା ଯୋଦ୍ଧା ପିଲାଙ୍କୁ ଏମବିବିଏସ ରେ ମିଳିବ ୫ ଟି ସିଟ୍ ସଂରକ୍ଷଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି । ସେ କହିଛନ୍ତି କି ବେଚଲର ଅଫ୍ ମେଡିସିନ୍ ଓ ବେଚଲର ଅଫ୍ ସର୍ଜରୀ ବା ଏମବିବିଏସ ରେ କରୋନା ଯୋଦ୍ଧା ପିଲାଙ୍କ ପାଇଁ ୫ ଟି ସିଟ୍ ସଂରକ୍ଷିତ ରଖାଯିବ ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ଆଶା କର୍ମୀ, ନର୍ସ, ଡାକ୍ତର (ଯେଉଁମାନେ କରୋନା କାଳରେ ସ୍ୱାସ୍ଥ୍ୟ ସେବା ନିୟୋଜିତ) ମାନଙ୍କ ପିଲାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଯାହାକି କେନ୍ଦ୍ରୀୟ କୋଟାରୁ ସଂରକ୍ଷିତ କରାଯାଇଛି । ମେରିଟ୍ ଆଧାରରେ ସେମାନଙ୍କ ନାମାଙ୍କନ କରାଯିବ । ସ୍ୱାସ୍ଥ୍ୟମନ୍ତ୍ରଣାଳୟର କେନ୍ଦ୍ରୀୟ ପୋଲ୍ ଏମବିବିଏସ୍/ ବିଡିଏସ୍ ସିଟ୍ ପାଇଁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏହି ନିୟମ ଲାଗୁ କରାଯିବ ।