ଗୁଜୁରାଟରେ ଭୟଙ୍କର ବର୍ଷା : ୬୧ ମୃତ
ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ବନ୍ୟା ଯୋଗୁ ଉପୁଜିଥିବା ସ୍ଥିତି ସମ୍ବନ୍ଧରେ ଅବଗତ ହୋଇଛନ୍ତି…
ଗୁଜରାଟ: ଦକ୍ଷିଣ ଗୁଜରାଟରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଭୟଙ୍କର ସ୍ଥିତି ଉପୁଜିଛି । ବର୍ଷା ଯୋଗୁ ୬ଟି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଅନ୍ୟପଟେ ୬୧ ଜଣଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଅହମ୍ମଦାବାଦର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ବନ୍ୟା ଯୋଗୁ ଉପୁଜିଥିବା ସ୍ଥିତି ସମ୍ବନ୍ଧରେ ଅବଗତ ହୋଇଛନ୍ତି । ସୂଚନାଯୋଗ୍ୟ, ଦକ୍ଷିଣ ଗୁଜରାଟରେ ମୌସୁମୀ ବର୍ଷା ହୋଇଛି । ଜଳସ୍ତର ବଢିଯାଇଥିବାରୁ ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଗାମୀ କିଛି ଦିନ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି ।