ଜାମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା: ୨ ମୃତ

ଏଥିରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗକୁ ବନ୍ଦ କରିଦିଆଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବାହନଙ୍କ ଭିଡ ଜମିଛି….

ଜାମ୍ମୁ: କାଶ୍ମୀର ଉପତ୍ୟାକାରେ ବର୍ଷା ଯୋଗୁ ଭୂ-ସ୍ଖଳନ ଓ ବାଦଲ ଫାଟିବା ଭଳି ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିଛି । ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଫଳରେ ଜମ୍ମୁ-ଶ୍ରୀନଗର ଯୋଗାଯୋଗ ବ୍ୟାହତ ହୋଇଛି । ରାମବନରେ ବାଦଲ ଫାଟିବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ରାମବନରେ ବାଦଲ ଫାଟିବା ଯୋଗୁ ପାହାଡରୁ ବଡ଼ ବଡ଼ ପଥର ଗଡି ତଳକୁ ଖସିଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ଏଥିରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗକୁ ବନ୍ଦ କରିଦିଆଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବାହନଙ୍କ ଭିଡ ଜମିଛି । ସେପଟେ ଲଗାଣ ବର୍ଷା ଯୋଗୁ ରାଜ୍ୟର ତବି ନଦୀରେ ଜଳସ୍ତର ବଢିଛି । ପ୍ରଶାସନ ଲୋକଙ୍କୁ ନଦୀ କୂଳକୁ ନ ଯିବାକୁ ଓ ସତର୍କ ରହିବା ପାଇଁ କହିଛି ।