ସିମଲା: ହିମାଚଳ ପ୍ରଦେଶ ମନାଲିରେ ବର୍ଷା ତାଣ୍ଡବ ଜାରି ରହିଛି । କେଉଁଠି ରାସ୍ତା ଧୋଇଯାଇଛି ତ କେଉଁଠି ବର୍ଷା ପାଣି ସୁଅରେ ରାସ୍ତା ଉପରକୁ ଚାଲିଆସିଛି । ପାଣିର ପ୍ରଖର ସ୍ରୋତରେ ଗାଡ଼ିମୋଟର ବି ଭାସିଯାଇଥିବା ଦେଖିବାକୁ ମିଳିଛି । ରାସ୍ତା ଉପରକୁ କୁଢ଼ କୁଢ଼ ଆବର୍ଜନା ଚାଲି ଆସିବା ଫଳରେ ଯାତାୟାତ କରିବା ମୁସ୍କିଲ ହୋଇପଡ଼ିଛି । ଫଳରେ ମନାଲି-ଲେହ ହାଇୱେ ସୃଷ୍ଟି ହୋଇଥିଲା ଟ୍ରାଫିକ ଜାମ ସ୍ଥିତି । ସେହିପରି ହିମାଚଳ ପ୍ରଦେଶ କିନୌରରେ ମଧ୍ୟ ଜୋରଦାର କୁଆପଥର ବର୍ଷା ହୋଇଛି । ଏଥିରେ ଅନେକ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦିନରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନର ରହିଛି ।