ବିଧାୟକଙ୍କୁ ଧରି ଛୁ ହେମନ୍ତ ସରକାର

ହାପରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା….

ଝାଡଖଣ୍ଡ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମହାମେଣ୍ଟ ବିଧାୟକଙ୍କ ସହ ରାଞ୍ଚିରୁ ରାୟପୁର ଅଭିମୁଖେ ବାହାରିଛନ୍ତି । ହେମନ୍ତ ସୋରେନ ବିଧାୟକଙ୍କୁ ୨ଟି ବସରେ ଏୟାରପୋର୍ଟ ନେଇଛନ୍ତି । ଯେଉଁ ରିସୋର୍ଟକୁ ଝାଡଖଣ୍ଡ ବିଧାୟକଙ୍କୁ ନିଆଯାଇଛି ସେଠାରେ ପୁଲିସକୁ ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିସୋର୍ଟର ସମସ୍ତ ୪୭ଟି ରୁମକୁ ବୁକ୍‌ କରାଯାଇଛି । ଝାଡଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ଅଗଷ୍ଟ ୨୭ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନ୍ୟ ବିଧାୟକଙ୍କୁ ନେଇ ରାଞ୍ଚୀସ୍ଥିତ ନିଜ ଆବାସରେ ପହଞ୍ଚିଥିଲେ । ନିର୍ବାଚନ ଆୟୋଗ ଦ୍ୱାରା ସୋରେନଙ୍କୁ ଅଯୋଗ୍ୟ ଦର୍ଶାଇବାକୁ ସୁପାରିସ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏହାପରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା ।