ଚୀନସେନାକୁ ଥଣ୍ଡା କରିଦେବ ପାହାଡ଼ ଚଢ଼ା ଟ୍ୟାଙ୍କ

ଭାରତୀୟ ସେନାବାହିନୀରେ ସାମିଲ ହେବ …

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀରେ ସାମିଲ ହେବ ଜୋରାୱାର ଟ୍ୟାଙ୍କ । ଭାରତ ପ୍ରଥମ ଥର ପାଇଁ ତିଆରି କରୁଛି ହାଲୁକା ଟ୍ୟାଙ୍କ । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସହଜରେ ପରିବହନ କଲା ଭଳି ଟ୍ୟାଙ୍କ । ଶତ୍ରୁମନରେ ଭୟ ସୃଷ୍ଟି କରିବାର ଯଥେଷ୍ଟ କଳାରେ ଭରପୁର ଜୋରୱାର ଟ୍ୟାଙ୍କ ଭାରତ-ଚୀନ ସୀମାନ୍ତରେ ପହରା ଦେବ । ପଞ୍ଜାବୀ ଭାଷାରେ ଜୋରାୱାର ଅର୍ଥ ଶକ୍ତିଶାଳୀ । ଟ୍ୟାଙ୍କଟି ଆରାମରେ ପାହାଡ଼ ଚଢ଼ି ବେଶ ଦୂରରୁ ଶତ୍ରୁକୁ ଜବତ କରିପାରିବ ।

ଭାରତୀୟ ସେନାବାହିନୀ ପାଇଁ ଏହି ଟ୍ୟାଙ୍କ କବଚ ଭଳି କାମ କରିବ । ମହା ପରାକ୍ରମଶାଳୀ କମାଣରୁ ଛଡ଼ା ଯାଉଥିବା ଗୁଳିଗୋଳା ଦାଉରୁ ଟ୍ୟାଙ୍କ ଭିତରେ ବସିଥିବା ଯବାନଙ୍କୁ ସୁରକ୍ଷା ପ୍ରଦାନ କରିବାର କ୍ଷମତା ଜୋରାୱାର ନିକଟରେ ରହିଛି । ଅନ୍ୟ ଟ୍ୟାଙ୍କ ତୁଳନାରେ ଏହି ଟ୍ୟାଙ୍କ ଅଧିକ ଗତିରେ ଯାଇପାରିବ । ଏହି ଟ୍ୟାଙ୍କ ଚଲାଇବା କାମରେ ଡିଜିଟାଲ ଟେକ୍‌ନିକ୍‌ ବ୍ୟବହାର କରାଯିବ ।
ଡିଆରଡିଓ ଟ୍ୟାଙ୍କଟିର ଡିଜାଇନ୍‌ କରିଛି । ଆଗାମୀ ଦୁଇବର୍ଷ ଭିତରେ ଲାର୍ସନ ଆଣ୍ଡ୍‌ ଟୁର୍ବୋ ଉକ୍ତ ଟ୍ୟାଙ୍କ ତିଆରି କରିବ । ମାତ୍ର ୨୫ ଟନ୍‌ ଓଜନ ବିଶିଷ୍ଟ ଟ୍ୟାଙ୍କରୁ ୩୫୦ଟି ଲୋଡ଼ିଛି ଭାରତୀୟ ସେନା । ମାତ୍ର ତିନିଜଣ ଲୋକ ଉକ୍ତ ଟ୍ୟାଙ୍କକୁ ଦକ୍ଷତାର ସହ ପରିଚାଳନା କରିବେ ।

ଚୀନର ଡ୍ରାଗନ୍‌ ଡ୍ରୋନ ଭାରତର ଜୋରାୱାର ଟ୍ୟାଙ୍କର ସାମାନ୍ୟ କ୍ଷତି କରିପାରିବ ନାହିଁ ବୋଲି ଡିଆରଡିଓ ବିଶେଷଜ୍ଞ କହିଛନ୍ତ