ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଛି ହିମାଚଳ ପ୍ରଦେଶର ଚମ୍ବା । ସୋମବାର ସକାଳେ ଚମ୍ବାରେ କମ୍ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ତେବେ ଭୂକମ୍ପ ପରେ ଲୋକେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଛି ।
ପାଣିପାଗ ବିଭାଗର କହିବାନୁସାରେ, ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ସକାଳ ୭ଟା ୧୦ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଥିଲା ଚମ୍ବା । ଭୂପୃଷ୍ଠରୁ ୧୦ କିମି ତଳେ ଏହା କେନ୍ଦ୍ରୀଭୃତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ଥିଲା ୨.୫ । କିଛି ସମୟ ପାଇଁ ଝଟକା ଅନୁଭୂତ ହେଲା ପରେ ଲୋକେ ଘରୁ ବାହାରି ଆସିଥିଲେ । ଆଉ କେହି କେହି ସୁରକ୍ଷିତ ଏବଂ ଖୋଲ ସ୍ଥାନକୁ ଚାଲି ଯାଇଥିଲେ । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।