ଅଦାନୀଙ୍କୁ ହିଣ୍ଡନବର୍ଗ ମାଡ଼ ମାରିଛନ୍ତି ମୁକେଶ!

ଅଦାନୀ ଗ୍ରୁପକୁ କୂଳରେ ଲଗାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି….

ନୂଆଦିଲ୍ଲୀ: ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ରିପୋର୍ଟରେ ଅଦାନୀ ଗ୍ରୁପର ମୂଳଦୁଆ ଦୋହଲି ଯାଇଛି । ଶୁଣିବାକୁ ମିଳିଛି, ଅଦାନୀ ଗ୍ରୁପକୁ ଧୂଳି ଚଟାଇବା ପଛରେ ମୁକେଶ ଅମ୍ବାନୀଙ୍କର ହାତ ରହିଛି । ୨୪ ତାରିଖରେ ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଆଜିସୁଦ୍ଧା ଅଦାନୀ ଗ୍ରୁପର କ୍ଷତି ପରିମାଣ ୧୦ ଲକ୍ଷ କୋଟି ହେଲାଣି ।

ଅଦାନୀ ଗ୍ରୁପର ଶେୟାର ମୂଲ୍ୟ ୭୪% କମିଯାଇଛି । ଅଦାନୀ ଗ୍ରୁପକୁ କୂଳରେ ଲଗାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି । କାହା ପ୍ରରୋଚନାରେ ପଡ଼ି ହିଣ୍ଡନବର୍ଗ ଅଦାନୀଙ୍କୁ କ୍ଷତିରେ ପକାଇବା ପାଇଁ ଏପରି ରିପୋର୍ଟ ତିଆରି କରିଛନ୍ତି, ତାହା ଜାଣିବା ପାଇଁ କେନ୍ଦ୍ର ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଛି ।