ହ୍ୱାଇଟ୍ ହାଉସ୍ ଭିତରେ ହିନ୍ଦୁ-ମୁସଲିମ ଭାଇ-ଭାଇ!

ହ୍ୱାଇଟ୍ ହାଉସ୍ ଭିତରକୁ ପାକ୍ ସେନାପତି ମୁନୀରଙ୍କୁ ପାଛୋଟି ନେଉଛନ୍ତି ଏଫବିଆଇ ମୁଖ୍ୟ ପଟେଲ । ଏଫ୍ବିଆଇ ମୁଖ୍ୟ କାଶ ପଟେଲ ହ୍ୱାଇଟ୍ ହାଉସରେ ପାକ୍ ସେନାପତି ଆସିମ୍ ମୁନୀରଙ୍କ ସହିତ ଏଫ୍ବିଆଇ ମୁଖ୍ୟ କାଶ ପଟେଲ ହାତ ମିଳାଉଥିବା ଦେଖି କ’ଣ ଭାବୁଛନ୍ତି ଆପଣ?

ଆମେରିକା ପୁଲିସ ପ୍ରଶାସନର ମୁଖିଆ ଭାବେ ନିଯୁକ୍ତ ପାଇବା ପରେ କାଶ ପଟେଲ ପ୍ରଥମେ ଜୟ ଶ୍ରୀକୃଷ୍ଣ ଉଚ୍ଚାରଣ କରି ମା’ ବାପାଙ୍କ ପାଦଧୂଳି ନେଇ ମଥାରେ ଲଗାଇଲେ । ତା’ ପରେ ସମବେତ ଅତିଥିଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ ।

ଜଣେ ସଚ୍ଚା ହିନ୍ଦୁ ଭାବେ କାଶ ପଟେଲ ନିଜକୁ ଦାବି କରି ଆସୁଛନ୍ତି । କାଶଙ୍କ ବାପା ଭାରତୀୟ ଓ ମା’ ଆମେରିକୀୟ ।

ହ୍ୱାଇଟ୍ ହାଉସରେ ପାକ୍ ସେନାପତି ଆସିମ ମୁନୀରଙ୍କ ସହିତ କାଶ ପଟେଲଙ୍କ କରମର୍ଦ୍ଦନକୁ ଅଧିକାଂଶ ଭାରତୀୟ ନାପସନ୍ଦ କରିଛନ୍ତି ।

ଭାରତରେ ବସବାସ କରୁଥିବା ଲୋକଙ୍କ ପ୍ରତି କାଶ ପଟେଲଙ୍କ ମନରେ ଆଦୌ ବିଦ୍ୱେଷ ଭାବନା ନାହିଁ । କାଶଙ୍କ ମନପ୍ରାଣ ଓ ଶରୀର ହିନ୍ଦୁ ହୋଇପାରେ ।

ସେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଅଧିନରେ ଚାକିରି କରୁଛନ୍ତି । ରାଷ୍ଟ୍ରପତିଙ୍କ ଆଦେଶକୁ ପାଳନ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ।

ଘଟଣାଟି ଏହିପରି, ଗତ ସପ୍ତାହରେ ଡୋନାଲଡ ଟ୍ରମ୍ପ ପାକ୍ ପ୍ରଧାନମନ୍ତ୍ରୀ ଶରିଫ ଓ ସେନାପତି ଆସିମ ମୁନୀରଙ୍କୁ ହ୍ୱାଇଟ୍ ହାଉସକୁ ଆମନ୍ତ୍ରଣ କରିଥିଲେ ।

ଆମନ୍ତ୍ରଣ ରକ୍ଷା କରି ପାକିସ୍ତାନର ଦୁଇ ଟାଣୁଆ ଚରିତ୍ର ଠିକ ସମୟରେ ହ୍ୱାଇଟ୍ ହାଉସ୍ ଦରଜା ନିକଟରେ ପହଂଚିଲେ । ଟ୍ରମ୍ପଙ୍କର ବହୁ ଅଧିକାରୀ ଶରିଫ ଓ ମୁନୀରଙ୍କ ସହିତ ହାତ ମିଳାଇବା ପରେ ଭିତରକୁ ପାଛୋଟି ନେଇଥିଲେ ।

ସେହି ଅଧିକାରୀଙ୍କ ଗହଣରେ ଥିଲେ ଏଫ୍ବିଆଇ ମୁଖ୍ୟ କାଶ ପଟେଲ ।

ଟ୍ରମ୍ପଙ୍କ ଆଦେଶ ପାଳନ କରିବାକୁ ଯାଇ ପଟେଲ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନାପତିଙ୍କ ସହିତ ମିଠା ମିଠା କଥା ହେଲେ । ଆସନ ନିକଟକୁ ପାଛୋଟି ନେଇ ବସାଇଲେ । ଚା’ ଜଳଖିଆ ଦେଇ ଆପ୍ୟାୟିତ କଲେ । ପରେ ଭୁରି ଭୋଜନ ଖୁଆଇ ବିଦାୟ ଦେଲେ ।

କାଶଙ୍କ କାର୍ଯ୍ୟକୁ ଅଧିକାଂଶ ଭାରତୀୟ ସମାଲୋଚନା କରିଛନ୍ତି । କିନ୍ତୁ କାଶ ତାଙ୍କ ସ୍ଥାନରେ ଠିକ ଅଛନ୍ତି । ଶରିଫ ଓ ମୁନୀରଙ୍କୁ ଆତିଥେୟତା ପ୍ରଦାନ କରି କାଶ ଜଣେ ଉଦାରମନା ହିନ୍ଦୁ ପରିଚୟ ପ୍ରଦାନ କରିଛନ୍ତି ।

କାଶ ପଟେଲ ଜଣେ ସଚ୍ଚା ହିନ୍ଦୁ ମାତ୍ର ସେ ରାମ ମନ୍ଦିର ନିର୍ମାଣ ବିରୋଧୀ । ମୁନୀରଙ୍କ ସହିତ କରମର୍ଦ୍ଦନ କରି କାଶ ପଟେଲ ଭାରତୀୟ ହିନ୍ଦୁଙ୍କ ଭାବନାକୁ ଦାରୁଣ ଆଘାତ କରିଛନ୍ତି କି?

ମୁନୀର ଜଣେ ପାକିସ୍ତାନୀ, କାଶ ଜଣେ ଆମେରିକୀୟ । କାଶଙ୍କ ବାପା ହିନ୍ଦୁ ହୋଇପାରନ୍ତି, କିନ୍ତୁ ସେ ଏବେ ଆମେରିକାର ନାଗରିକ ।