ଓମିକ୍ରନ ପାଇଁ ହଙ୍ଗକଙ୍ଗରେ କଟକଣା କଡାକଡି

ନୂଆଦିଲ୍ଲୀ : ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ଆଫ୍ରିକାରେ ଚିହ୍ନଟ ଓମିକ୍ରନ ଭାରିଆଣ୍ଟ । ଏହାସହ ଆଫ୍ରିକା ସହ ୧୪ଟି ଦେଶକୁ ଏହି ନୂଆ ଭାଇରସ ମାଡିସାରିଲାରି । ଏହାମଧ୍ୟରେ ହଙ୍ଗକଙ୍ଗ ସରକାର କଟକଣା କଡାକଡି କରିଛନ୍ତି । ବାହାର ଦେଶରୁ ଆସୁଥିବା ନାଗରିକଙ୍କ ଉପରେ ଏହି କଟକଣା ଲଗାଇଛନ୍ତି । ହଙ୍ଗକଙ୍ଗ ସରକାର ପୂର୍ବରୁ ଆଫ୍ରିକାର ୪ଟି ଦେଶରୁ ଆସୁଥିବା ନାଗରିକଙ୍କ ଉପରେ କଟକଣା ଲଗାଇଥିଲେ । କିନ୍ତୁ ଏବେ ୬ଟି ୟୁରୋପୀୟ ଦେଶର ଯାତ୍ରୀଙ୍କ ଉପରେ କଟକଣା ଲଗାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଓମିକ୍ରନ୍‌ ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭୟଙ୍କର ଭାଇରସ ଭାବେ କହିଛି । ଏହି ଭାଇରସ ଡେଲଟା ତୁଳନାରେ ଛଅ ଗୁଣା ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।