କ୍ରିସ୍‌ ୪ରେ ହ୍ରିତିକ ରୋଶନ

ମୁମ୍ବାଇ : ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସହିତ କ୍ରିସ୍‌ ୪ ଫିଲ୍ମର ସୂଚନା ଦେଇଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହେବାରେ ଲାଗିଛି । ହ୍ରିତିକ ରୋଶନ ତାଙ୍କ ବ୍ଲକବଷ୍ଟର ସୁପରହିଟ୍‌ ଫିଲ୍ମ କ୍ରିଷର ୨୩ ତମ ବାର୍ଷିକୀକୁ ୨୩ ଜୁନ୍‌ ରେ ପାଳନ କରିଥିଲେ ଏବଂ ସେହି ସମୟରେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ କହି କ୍ୟାପସନରେ ଲେଖିଥିଲେ, ‘ଅତୀତରେ ଯାହା ହେବାକୁ ଥିଲା, ତାହା ହୋଇଗଲା । ଭବିଷ୍ୟତ କଣ ଆଣିବ ତାହା ଦେଖିବା । ଏହି ଭିଡିଓରେ ହ୍ରିତିକ୍‌ ଏକ ସୁପରହିରୋ ନଜର ଆସିଛନ୍ତି । ଏହା ସହ ସେ କ୍ରିସ୍‌-୪ ଏବଂ ଏହାର ନୂଆ ମାସ୍କର ଝଲକ ମଧ୍ୟ ଦେଖାଇଛନ୍ତି । ସେ ମଧ୍ୟ ଖୁବଶୀଘ୍ର କ୍ରିସ୍‌-୪ ପାଇଁ ସୁଟିଂ ଆରମ୍ଭ କରିବେ । ହ୍ରିତିକ ରୋଶନ ତାଙ୍କର ଏହି ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କୁ ଖୁସିଖବର ଦେଇଛନ୍ତି ।