ବିଜେପି ପରିିବର୍ତ୍ତେ କଂଗ୍ରେସକୁ ଭୋଟ ଦେବାକୁ କହି ଟ୍ରୋଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ନଭେମ୍ବର ୩ରେ ହେବ ମଧ୍ୟପ୍ରଦେଶରେ ଉପନିର୍ବାଚନ। ଏ ନେଇ ସବୁ ଦଳର ନେତା ଭୋଟ ହାତେଇବା ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏ ମଧ୍ୟରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରିଥିବା ଭୁଲ ପ୍ରଚାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ନିଜ ଦଳ ପରିବର୍ତ୍ତେ କଂଗ୍ରେସକୁ ଭୋଟ ଦେବାକୁ କହି ଏବେ ଟ୍ରୋଲ ହୋଇଛନ୍ତି ଜ୍ୟୋତିରାଦିତ୍ୟ।

କଂଗ୍ରେସ ପକ୍ଷରୁ ପ୍ରଚାର ସମୟର ଭିଡିଓ ଟୁଇଟ କରାଯାଇ ଜ୍ୟୋତିରାଦିତ୍ୟଙ୍କୁ ଟ୍ରୋଲ କରାଯାଇଛି। ଟୁଇଟ କରାଯାଇଥିବା ଭିଡିଓରେ ସିନ୍ଧିଆଜୀ ୩ତାରିଖ‌ରେ ମଧ୍ୟପ୍ରଦେଶର ଜନତା ହାତ ଚିହ୍ନରେ ହିଁ ଭୋଟ ଦେବେ କ୍ୟାପସନରେ ଲେଖାଯାଇଛି ।

ବିଜେପିର ଇମରତୀ ଦେବୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଭୁଲବଶତଃ ସେ କଂଗ୍ରେସର ଦଳୀୟ ଚିହ୍ନ ହାତରେ ‌ଭୋଟ ଦେବାକୁ କହିଦେଇଥିଲେ। କିନ୍ତୁ ପରେ ସେ ନିଜ ଭୁଲକୁ ସୁଧାରି ଲୋକଙ୍କୁ ବିଜେପି ର ପଦ୍ମ ଚିହ୍ନରେ ‌ଭୋଟ ଦେବାକୁ କହିଥିଲେ। ସେ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।