ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦଳୀୟ ରାଜନୀତି ସରଗରମ ହୋଇଛି । କିନ୍ତୁ ଏହାରି ଭିତରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର । କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ ତାଙ୍କ ନାଁ ଆସିବା ପରେ ଗାନ୍ଧି ପରିବାର ପ୍ରତି ଏକ ଚାଲେଞ୍ଜ ସୃଷ୍ଟି ହୋଇଛି । ଇତି ମଧ୍ୟରେ ଥରୁର ଏହି ପଦ ପାଇଁ ଯୋଗ୍ୟ ବୋଲି ଇସାରା ଦେଇଛନ୍ତି । ଗଣମାଧ୍ୟମ ସହ ଆଲୋଚନା ବେଳେ ଥରୁର ଭଲ ହିନ୍ଦୀ କହିପାରନ୍ତି ବୋଲି କହିଛନ୍ତି । ତାଙ୍କୁ ସାମ୍ବାଦିକମାନେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ପ୍ରଶ୍ନ କରିଥିଲେ । କହିଥିଲେ ଏଥର ଜଣେ ହିନ୍ଦୀ ବେଲଟ ନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବା ନେଇ ଶୁଣାଯାଉଛି ।
ଆପଣଙ୍କ ମତ କଣ । ଜବାବରେ ଥରୁର କହିଥିଲେ ଯେ ମୋତେ ଭଲ ହିନ୍ଦୀ ଆସେ । ସେ ଆହୁରୀ କହିଛନ୍ତି ଯେ ଜଣେ ଭାରତୀୟ ହେଉଛନ୍ତି ଭାରତୀୟ । ଯଦି ଆପଣ ଏବେକାର ଜମାନାରେ ରାଜନୀତି କରିବେ ତେବେ ଆପଣଙ୍କୁ ହିନ୍ଦୀ କହିବାକୁ ପଡ଼ିବ । ଦକ୍ଷିଣ ଭାତୀୟ ମାନେ ଭଲ ହିନ୍ଦୀ କହିଲେଣି । ମୁଁ ମଧ୍ୟ ହିନ୍ଦୀ କହିପାରେ । ଯଦି ସେମାନେ ହିନ୍ଦୀ ବେଲଟରୁ ନେତା ବାଛିବେ ସେୟା କରିବାକୁ ଦିଆଯାଉ ।
ଅନ୍ୟପଟେ ପାର୍ଟିର ଅଧ୍ୟକ୍ଷ ପଦ ଲାଗି ଥରୁର ଯୋଗ୍ୟ ବୋଲି କହିଛନ୍ତି କେରଳ କଂଗ୍ରେସର ସଭାପତି କେ ସୁଧାକରଣ । ଉଲ୍ଲେଖନୀୟ ଥରୁର ନିର୍ବାଚନ ଲଢିବାର ସଙ୍କେତ ଦେଇଛି । ସେ କହିଥିଲେ, ଥରୁଟିଏ ନିର୍ବାଚନର ଅଧିସୂଚନା ଜାରି ହୋଇଯାଉ । ପୁଣି ନିଜର ପ୍ରାର୍ଥୀତ୍ୱ ବିଷୟରେ ନିଷ୍ପତ୍ତି ନେବି ବୋଲି ଥରୁର କହିଥିଲେ ।