ମୁଁ କେବେ ନଇଁବି ନାହିଁ : ଉଦ୍ଧବ

ସଞ୍ଜୟ ରାୱତ ଜଣେ ଅସଲି ଶିବ ସୈନିକ ଏବଂ ବାଲାସାହେବ ଠାକରେଙ୍କ ଅନୁଗାମୀ ଅଟନ୍ତି…..

ମୁମ୍ବାଇ : ଶିବସେନାର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାୱତ ଇଡ଼ି ଦ୍ୱାରା ଗିରଫ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଯେ ମୁଁ କେବେ ନଇଁବି ନାହିଁ । ମୋର ସମୟ ମଧ୍ୟ ଦିନେନା ଦିନେ ଆସିବ । ସେ କହିଛନ୍ତି ଯେ ସମୟ ନିଶ୍ଚିତ ଭାବରେ ବଦଳିବ, ସେତେବେଳେ ଚିନ୍ତା କରିବ ଆପଣମାନଙ୍କର କ’ଣ ହେବ ସଞ୍ଜୟ ରାୱତଙ୍କ ଗିରଫ ଦାବି ପରେ ଉଦ୍ଧବ ଠାକରେ ସଂପୂର୍ଣ୍ଣ ଆକ୍ରମଣାତ୍ମକ ଭଂଗୀରେ ଦେଖିବାକୁ ମିଳିଛନ୍ତି । ଉଦ୍ଧବ ଠାକରେ କହିଛନ୍ତି ଯେ ସମୟ ସବୁବେଳେ ପରିବର୍ତ୍ତନ ହୋଇଥାଏ ।

ଯେତେବେଳେ ଆମର ସମୟ ଆସିବ, ସେତେବେଳେ ଚିନ୍ତା କରିବ ଯେ ଆପଣମାନଙ୍କର କ’ଣ ହେବ ଆଜିର ରାଜନୀତି ବଳ ଦ୍ୱାରା ପରିଚାଳିତ ହେଉଛି । ବିଜେପି ଚାହୁଁଛି ଯେ ରାଜ୍ୟ ଗୁଡ଼ିକରେ ପାର୍ଟି ଗୁଡ଼ିକ ସମାପ୍ତ ହୋଇଯାଉ । ତେବେ ମହାରାଷ୍ଟ୍ରର ଜନସାଧାରଣ ହିଁ ନିଷ୍ପତ୍ତି କରିବେ । ମୋତେ ସଞ୍ଜୟ ରାୱତଙ୍କୁ ନେଇ ଗର୍ବ ରହିଛି । ସଞ୍ଜୟ ରାୱତ ଜଣେ ଅସଲି ଶିବ ସୈନିକ ଏବଂ ବାଲାସାହେବ ଠାକରେଙ୍କ ଅନୁଗାମୀ ଅଟନ୍ତି । ସରକାରଙ୍କ ବିରୁଦ୍ଧରେ କହୁଥିବା ଲୋକମାନଙ୍କୁ ଜେଲ ପଠାଯାଉଛି । ସମ୍ବିଧାନର ମର୍ଯ୍ୟାଦାକୁ ନଷ୍ଟ କରାଯାଉଛି । ଆଜିର ବିଜେପି ସରକାର ଯାହା କରୁଛନ୍ତି ତାହା କେବଳ କ୍ଷମତାର ଅହଂକାର । ମୋ ସହିତ ବିଧାୟକ ଏବଂ ସାଂସଦ ନାହାନ୍ତି ସତ, କିନ୍ତୁ ବିଶ୍ୱସ୍ତ ଲୋକ ଅଛନ୍ତି ।