ନୂଆଦିଲ୍ଲୀ: ନିଲମ୍ବିତ ଆଇଏଏସ ପୂଜା ସିଂଘଲଙ୍କ ୫ ଦିନିଆ ରିମାଣ୍ଡ ଶେଷ ହୋଇଯାଇଛି । ସେଥିପାଇଁ ପୂଜାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ପରେ ପୂଜା ଓ ତାଙ୍କ ସିଏ ସୁମନ କୁମାରଙ୍କୁ ପୁଣିଥରେ ୪ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ସରକାରଙ୍କ ଖଣି ସଚିବ ପୂଜା ସିଂଘଲଙ୍କୁ ମନରେଗା ଟଙ୍କା ହଡପ ମାମଲାରେ ଇଡି ଗିରଫ କରିଥିଲା ।