ଆଇସିସି ବିଶ୍ୱକପ ୨୦୨୩: ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌

ବିଶ୍ବକପ୍ ରୋମାଞ୍ଚରେ ରବିବାର ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ । ଭାରତ ବିଶ୍ୱକପର ହୋଷ୍ଟ ନେଶନ ହୋଇଥିବାରୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସମସ୍ତେ କହୁଥିଲେ । କିନ୍ତୁ ଏବେ ଇଂଲଣ୍ଡ ସ୍ଥିତି ଅତ୍ୟନ୍ତ ଖରାପ । ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଚଳିତ ବିଶ୍ୱକପରୁ ବିଦା ହେବା ସ୍ଥିତିରେ ରହିଛି । ଏଯାଏ ଦଳ ୫ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏରେ ଜିତିଛି । କେବଳ କୌଣସସି ଚମତ୍କାରିତା ଓ ୪ ବିଜୟ ହିଁ ଦଳକୁ ଖରାପ ସ୍ଥିତିରୁ ଉଦ୍ଧାର କରିବ ।