ମଦ ପିଇ ଧରାପଡିଲେ କଟିବ ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ : ମଦ ପିଇ ଧରାପଡିଲେ ଗଣିବେ ମୋଟା ଅଙ୍କର ଫାଇନ୍‌ । ଏନେଇ ବିହାର ସରକାର ମଦ ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତୁତ କରିଛନ୍ତି । ସରକାର ପ୍ରଥମଥର ମଦ ପିଉଥିବା ଲୋକ ଧରାପଡିଲେ ୨ ହଜାର ଟଙ୍କା ଜରିମାନା ଦେବା ସହ ୨ୟ ଥର ମଦ ପିଇବା ସମୟରେ ଧରାପଡିଲେ ୫ ହଜାର ଟଙ୍କା ଜରିମାନା ସହ ୧ ବର୍ଷ ଜେଲଦଣ୍ଡ ମଧ୍ୟ ହୋଇପାରେ । ଏନେଇ ବିଧାନସଭାର ବଜେଟ ଅଧିବେଶନରେ ମଦ ବନ୍ଦ ଆଇନରେ ସଂଶୋଧନ କରାଯିବା ପରେ ନୀତୀଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ମାତ୍ର ନିଷେଧ ଏବଂ ଉତ୍ପାଦ ସଂଶୋଧନ ବିଧେୟକ ୨୦୨୨ରେ ଏହା ଆଲୋଚନା ହୋଇ ନଥିଲା ଯେ, ଜରିମାନା କେତେ ଟଙ୍କା ହେବ । କିନ୍ତୁ ଏବେ ଏହା ସ୍ପଷ୍ଟ ହୋଇଯାଇଛି । ୨୦୨୨ରେ ନୂଆ ସଂଶୋଧନ ପରେ ଏବେ ଜରିମାନା ରାଶି ୨୦୦୦ ଟଙ୍କାରୁ ନେଇ ୫୦୦୦ ପର୍ଯ୍ୟନ୍ତ କରିଦିଆଯାଇଛି । ନୂଆ ଆଇନ ଅନୁସାରେ ଜଣେ ବ୍ୟକ୍ତି ଯଦି ପ୍ରଥମ ଥର ମଦ ପିଇବା ପରେ ଜରିମାନା ରାଶି ଦାଖଲ ନ କରୁଛି ତା’ହେଲେ ତାକୁ ୧ ମାସ ପାଇଁ ଜେଲ ହେବ ।