ଟିକା ନେଇନଥିଲେ ଦରମା ବନ୍ଦ

ନୂଆଦିଲ୍ଲୀ : ଟିକା ନେଇନଥିଲେ ଦରମା ବନ୍ଦ କରିବ ଗୁଗୁଲ କମ୍ପାନୀ । କରୋନା ପାଇଁ କର୍ମଚାରୀ ଘରେ ରହି କାମ କରି ଆସୁଥିଲେ । ଆଲଫାବେଟ୍‌ ଇଙ୍କ କମ୍ପାନୀ ଗୁଗୁଲ୍‌ ଏହାର କର୍ମଚାରୀଙ୍କୁ କହିଛି ଯେ ଯଦି ସେମାନେ କୋଭିଡ୍‌ ପ୍ରୋଟୋକଲ୍‌ ଅନୁସରଣ ନକରନ୍ତି ତେବେ ସେମାନଙ୍କୁ ଦରମା ମିଳିବ ନାହିଁ । କେତେକ କ୍ଷେତ୍ରରେ ସେମାନେ ଚାକିରି ହରାଇ ପାରନ୍ତି । ରିପୋର୍ଟ ଅନୁଯାୟୀ ଗୁଗୁଲ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ମେମୋରେ କୁହାଯାଇଛି ଯେ ଟୀକାକରଣର ସମସ୍ତ କାଗଜପତ୍ର ସ୍ଥିତି ଦେଖାଇବା । ଡାକ୍ତରୀ ଚିକିତ୍ସା କିମ୍ବା ଧାର୍ମିକ ଛାଡ ଆବେଦନ କରିବା ପାଇଁ କର୍ମଚାରୀଙ୍କ ପାଇଁ ଡିସେମ୍ବର ୩ ପର୍ଯ୍ୟନ୍ତ ସମୟ ରହିଥିଲା ।

ଗୁଗୁଲ ସେହି କର୍ମଚାରୀଙ୍କ ସହ ଯୋଗାଯୋଗ ଆରମ୍ଭ କରିବ ଯେଉଁମାନେ ସେମାନଙ୍କ ଷ୍ଟାଟସ୍‌ ଅପଲୋଡ୍‌ କରିନାହାଁନ୍ତି କିମ୍ବା ଟୀକାକରଣ କରିନାହାଁନ୍ତି । ଗୁଗୁଲ୍‌ ଆହୁରି କହିଛି ଯେ ଯେଉଁ କର୍ମଚାରୀ ଜାନୁଆରୀ ୧୮ ପର୍ଯ୍ୟନ୍ତ ଟୀକାକରଣ ନିୟମ ପାଳନ କରିନାହାଁନ୍ତି ତାଙ୍କୁ ୩୦ ଦିନ ପାଇଁ ପେଡ୍‌ ଏଡମିନିଷ୍‌ଟ୍ରେଟିଭ୍‌ରେ ରଖାଯିବ । ସିଏନବିସି ରିପୋର୍ଟ ଉପରେ ଗୁଗୁଲ ସିଧାସଳଖ କୌଣସି ପ୍ରକାରର ମନ୍ତବ୍ୟ ଦେଇ ନାହିଁ ।

କିନ୍ତୁ ଟୀକାକରଣ କରୁଥିବା କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ଆମେ ସବୁ ପ୍ରକାର ପ୍ରତିଶ୍ରୁତିବଦ୍ଧ ଅଛୁ ବୋଲି ସେ କହିଛନ୍ତି । ସେହିପରି ୱାର୍କଫର୍ମ ହୋମ ତଥା ଘରୁ ରହି କାମ କରୁଥିବା ସେବାକୁ ସ୍ଥଗିତ କରାଯାଇଛି । କରୋନା ଟୀକାକରଣର ଉଭୟ ଡୋଜ ନେବା ପରେ ମଧ୍ୟ ପ୍ରାୟ ୪୦% ଆମେରିକୀୟ କର୍ମଚାରୀ ଗତ ସପ୍ତାହରେ ଅଫିସକୁ ଫେରିଛନ୍ତି । କିନ୍ତୁ ବର୍ତ୍ତମାନ ଓମିକ୍ରନ୍‌ କାରଣ ହେତୁ ଘରୁ ରହି କାମ କରିବା ଭଳି ପୁଣି ସମସ୍ୟା ହୋଇଛି ।