ଯଦି ପସନ୍ଦ ନୁହେଁ ତେବେ ଅଗ୍ନିପଥ ଯୋଜନାରେ ସାମିଲ ହୁଅନି: ପୂର୍ବତନ ସେନା ମୁଖ୍ୟ

ନୂଆଦିଲ୍ଲୀ: ଅଗ୍ୱିପଥ ଯୋଜନାକୁ ଦେଶର ବିଭିନ୍ନ ରାଜ୍ୟରେ ଜୋରଦାର ବିରୋଧ କରାଯାଇଛି । ବିହାର ସମେତ ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ବିରୋଧ ପ୍ରଦର୍ଶନ ଉଗ୍ରରୂପ ଧାରଣ କରିଛି । ଏହାମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭିକେ ସିଂ ଅଗ୍ନିପଥକୁ ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କୁ ସମାଲୋଚନା କରିଛନ୍ତି । ଭିକେ ସିଂ କହିଛନ୍ତି ଯେ, ଯାହାକୁ ସଶସ୍ତ୍ର ବଳରେ ଭର୍ତ୍ତି ହେବାକୁ ପସନ୍ଦୁ ନୁହେଁ ସେମାନେ ଭର୍ତ୍ତି ହେବା ଦରକାର ନାହିଁ । ଏହା ସ୍ୱଇଚ୍ଛାରେ ହୁଏ । କିଛି ବାଧ୍ୟବାଧକତା ନାହିଁ । କିନ୍ତୁ ବିକ୍ଷୋଭକାରୀମାନେ ବସ, ଟ୍ରେନରେ ନିଆଁ ଲଗାଉଛନ୍ତି । ସେମାନଙ୍କୁ ସୁଯୋଗ ମିଳିବନି । କାରଣ ଭର୍ତ୍ତି ହେବା ପୂର୍ବରୁ ବିଭିନ୍ନ ମାନଦଣ୍ଡ ପୂରଣ କରିବାକୁ ପଡେ ।