ଏଣିକି ଫୋନ୍ ପେ’ରେ ରିଚାର୍ଜ କଲେ କଟିବ ପଇସା

ନୂଆଦିଲ୍ଲୀ: ଦେଶର ସବୁଠୁ ଲୋକପ୍ରିୟ ଡିଜିଆଲ୍ ପେମେଣ୍ଟ ଆପ୍ ଫୋନ୍ ପେ ଆପ୍ । । ଯାହା ସାହାଯ୍ୟରେ ଲୋକମାନେ ରିଚାର୍ଜଠୁ ଆରମ୍ଭ କରି ବିଲ୍ ପେମେଣ୍ଟ, ବ୍ୟାଙ୍କ୍ ଟ୍ରାଞ୍ଜାକସନ୍ ଆଦି କରିଥାନ୍ତି । ଦୋକାନ, ହେଉ କି ବଜାର, ସପିଂ ମଲ ହେଉକି ଅନ୍ୟକିଛି – ସବୁଠି ଏହି ଆପ୍ ସାହାଯ୍ୟରେ ଆପଣ ଟଙ୍କା ଦେଣନେଣ କରିପାରିଥାନ୍ତି । ଆଉ ଏବେ ଏହି ଫୋନ୍ ପେ ଗ୍ରାହକଙ୍କ ପାଇଁ ଆସିଛି ବଡ ଖବର । ଫୋନ ପେ ରେ ରିଚାର୍ଜ କଲେ ଏଣିକି କଟିବ ପଇସା । ଆଉ ପୂର୍ବଭଳି ମାଗଣାରେ ହେବନିି ଫୋନ୍ ପେ ରିଚାର୍ଜ । ଫୋନ୍ ପେ ରିଚାର୍ଜ ପାଇଁ ଏବେ ପ୍ରୋସେସିଙ୍ଗ୍ ଫି ବାବଦରେ ଟଙ୍କା ଗଣିବେ ୟୁଜର୍ସ । ଡିଜିଟାଲ ପେମେଟଂ କମ୍ପାନୀ ଫୋନ୍ ପେ ୟୁପିଆଇ ଟ୍ରାଞ୍ଜାକସନ୍ ଉପରେ ଏହି ନୂଆ ନିୟମ ଲାଗୁ କରିଛି । ୫୦ ଟଙ୍କାରୁ କମ୍ ମୂଲ୍ୟର ଫୋନ୍ ପେ ରିଚାର୍ଜ ଉପରେ କୌଣସି ପ୍ରୋସେସିଙ୍ଗ୍ ଫି ଦେବାକୁ ପଡିବନି । କେବଳ ୫୦ ଟଙ୍କାରୁ ୧୦୦ ଟଙ୍କା ଭିତରେ, ଆପଣ ଯଦି ଫୋନ୍ ପେ ରେ କୌଣସି ରିଚାର୍ଜ କରନ୍ତି । ତେବେ ପ୍ରୋସେସିଙ୍ଗ୍ ଫି ବାବଦରେ ଆପଣଙ୍କୁ ୧ ଟଙ୍କା ଦେବାକୁ ପଡିବ । ସେହିପରି ଶହେ ଟଙ୍କାରୁ ଅଧିକ ଟଙ୍କାର କୌଣସି ଫୋନ୍ ପେ ରିଚାର୍ଜ କଲେ । ୟୁଜର୍ସମାନଙ୍କୁ ଏଣିକି ୨ ଟଙ୍କା ଫି’ ଦେବାକୁ ପଡିବ ।