ସୁଧୁରିବ ଭାରତ-ଚୀନ ସମ୍ପର୍କ: ପଏଣ୍ଟ-୧୫ରୁ ସୈନ୍ୟ ପ୍ରତ୍ୟାହାର

ସେ ଅଞ୍ଚଳରେ ଥିବା ଅସ୍ଥାୟୀ ଶିବିରକୁ ହଟାଯାଇ ପଛକୁ ଫେରିଛନ୍ତି ଦୁଇ ଦେଶର ସେନା…..

ନୂଆଦିଲ୍ଲୀ: ସୁଧୁରିବ ଭାରତଚୀନ ସମ୍ପର୍କ ସ୍ୱାଭାବିକ ହେବ । ପ୍ରାୟ ୨୮ ମାସରୁ ଅଧିକ ସମୟ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ପରେ ଏବେ ପରିସ୍ଥିତିରେ ସୁଧାର ଆସୁଥିବା ଦେଖିବାକୁ ମିଳୁଛି । ଭାରତ-ଚୀନ ସୀମାରେ ଥିବା ପୂର୍ବ ଲଦାଖର ଗୋଗ୍ରା ହଟ ସ୍ପ୍ରିଙ୍ଗସ ଅଞ୍ଚଳ ବା ପାଟ୍ରୋଲିଂ ପଏଣ୍ଟ-୧୫ରୁ ଉଭୟ ଦେଶ ନିଜ ସୈନ୍ୟ ପ୍ରତ୍ୟାହାର କରି ନେଇଛନ୍ତି । ସେ ଅଞ୍ଚଳରେ ଥିବା ଅସ୍ଥାୟୀ ଶିବିରକୁ ହଟାଯାଇ ପଛକୁ ଫେରିଛନ୍ତି ଦୁଇ ଦେଶର ସେନା ।

ଏହାପରେ ଦୁଇ ଦେଶ ପକ୍ଷରୁ ମିଳିତ ଯାଞ୍ଚ କରାଯାଇଛି । ସଂପୃକ୍ତ ଅଞ୍ଚଳକୁ ନୋ ପାଟ୍ରୋଲିଂ ବଫର ଜୋନ ଘୋଷଣା କରାଯାଇଛି । ଏଯାବତ ଏଲଏସି ନିକଟ ବିବାଦୀୟ ଅଞ୍ଚଳ ଗଲୱାନ ଭ୍ୟାଲି, ପ୍ୟାଙ୍ଗଙ୍ଗ, ଗୋଗ୍ରା ସ୍ପଟ ଓ ପାଟ୍ରୋଲିଂ ପଏଣ୍ଟ ୧୫ରୁ ୪ଟି ପର୍ଯ୍ୟାୟରେ ସୈନ୍ୟ ପ୍ରତ୍ୟାହାର ହୋଇଛି ।