ଇମ୍ରାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଇସଲାମାବାଦ: ସରକାରଙ୍କର ଗୁପ୍ତ ଦଲିଲ ପ୍ରଘଟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ପାକିସ୍ତାନୀ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି । ୟା’ ପୂର୍ବରୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଇମ୍ରାନ  ତିନିବର୍ଷ ଜେଲ ଭୋଗୁଛନ୍ତି ।

ରାଜନୈତିକ କ୍ୟାରିୟରକୁ ମାଟିରେ ମିଶାଇଦେବା ପାଇଁ ଶାସକ ଦଳ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ଇମ୍ରାନ କହିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଇମ୍ରାନଙ୍କୁ ଲଢ଼ିବାକୁ ସୁଯୋଗ ଦିଆଯାଇନି । ଇମ୍ରାନଙ୍କ କ୍ୟାବିନେଟ ସହଯୋଗୀ ଶାହ ମାହମ୍ମୁଦ କ୍ୟୁରେସୀଙ୍କୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି ।