ଇମ୍ରାନଙ୍କ ଆସନ ଟଳମଳ

ନୂଆଦିଲ୍ଲୀ: ବଢୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଅଡ଼ୁଆ । ଧୀରେ ଧୀରେ ଇମ୍ରାନଙ୍କ ବିପକ୍ଷରେ ବିରୋଧୀ ମାନେ ଏକଜୁଟ ହେଉଛନ୍ତି । ସହଯୋଗୀ ମାନେ ଇମ୍ରାନଙ୍କ ହାତ ଛାଡ଼ି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ସହ ହାତ ମେଳାଉଥିବା ଦେଖିବାକୁ ମିଳିଲାଣି । ଗତକାଲି ଏମକ୍ୟୁଏମ୍‌ ବିରୋଧୀ ପିପିପି ସହ ହାତ ମିଳାଇଛି । ଯାହା ଦ୍ବାରା ଇମ୍ରାନଙ୍କ ସରକାର ସଙ୍କଟରେ ପଡ଼ିଛି । ସରକାର ବଞ୍ଚାଇବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସଦସ୍ୟଙ୍କ ସମର୍ଥନ ଅଭାବ ପଡ଼ୁଥିବା ଦେଖାଗଲାଣି । ଖାଲି ସେତିକି ନୁ​‌ହେଁ ଇମ୍ରାନଙ୍କ ପାର୍ଟି ପିଟିଆଇ ସପକ୍ଷରେ ରହିଛି ୧୬୪ ସଦସ୍ୟଙ୍କ ସମର୍ଥନ ରହିଥିବା ବେଳେ ସରକାର ରକ୍ଷା କରିବାକୁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରହିଛି ଯାହାକି ଇମ୍ରାନଙ୍କ ପାଇଁ ବଡ଼ ସଙ୍କଟ ଆଣିଦେଇଛି । ବର୍ତ୍ତମାନ ସରକାର ବଞ୍ଚାଇବାକୁ ଇମ୍ରାନଙ୍କୁ ଆଉ ୮ଜଣ ସଦସ୍ୟଙ୍କ ଆବଶ୍ୟକତା ରହିଛି ।