କାଲିଫର୍ଣ୍ଣିଆରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୬ ମୃତ

ୱାଶିଂଟନ: ଆମେରିକାର କାଲିଫର୍ଣ୍ଣିଆରେ ଏକ ଅଜଣା ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୬ ଜଣ ମୃତ୍ୟୁବରଣ କରିବା ସହ ୯ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସେହିପରି ଏହି ଆକ୍ରମଣ ବେଳର ଏକ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୁଳିମାଡ ଆରମ୍ଭ ହେବା ପରେ ଲୋକମାନେ ଭୟରେ ଏଣେତେଣେ ଧାଉଁଥିବା ଦେଖିବାକୁୁ ମିଳିଥିଲା ।

ଅନ୍ୟପକ୍ଷରେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ସେହିପରି ପୁରା ସହର ଉପରେ ପୋଲିସ କଡା ନଜର ରଖିବା ସହ ଜୋରଦାର ତଦନ୍ତ ଚଳାଇଛି । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇନାହିଁ ନଥିବା ଜଣାପଡିଛି ।