କର୍ଣ୍ଣାଟକରେ ଜଟିଳ ହେଉଛି ହିଜାବ ବିବାଦ: ୩ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜଟିଳ ହେବାରେ ଲାଗିଛି ହିଜାବ ବିବାଦ । ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସାବରାଜ ବୋମାଇ ରାଜ୍ୟର ସମସ୍ତ ସ୍କୁଲ୍‌ ଏବଂ କଲେଜକୁ ୩ ଦିନ ବନ୍ଦ ଘୋଷଣା କରିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଶାନ୍ତି ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ କଲେଜରେ ହିଜାବ ପିନ୍ଧିବା ପକ୍ଷ ଓ ବିପକ୍ଷ ପ୍ରଦର୍ଶନ ମଧ୍ୟରେ ରାଜ୍ୟର ଗୃହମନ୍ତ୍ରୀ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ । ଏନେଇ ସେ ଏହି ବିବାଦରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତି ସରକାରଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି । ହିଜାବକୁ ସମର୍ଥନ କରି ଉଡୁପି ଜିଲ୍ଲାର ମହାତ୍ମା ଗାନ୍ଧୀ ମେମୋରିଆଲ କଲେଜରେ ହୋଇଥିବା ବିବାଦ ବିରୋଧରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗେରୁଆ ଗାମୁଛା ପକାଇ ମୁସ୍‌ଲିମ ଛାତ୍ରଛାତ୍ରୀଙ୍କ ବିରୋଧରେ ଜୟ ଶ୍ରୀରାମ ନାରା ଦେଇଥିବା ଦେଖାଯାଇଛି । ସେହିପରି ଏହି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ଦୁଇ ଗୋଷ୍ଠୀକୁ ପରସ୍ପର ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।