ମୋଦିଙ୍କ ମନ କି ବାତରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତରେ ସ୍ଥାନ ପାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତରେ ସ୍ଥାନ ପାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା କଥା । ମୋଦି କହିଛନ୍ତି, ଏହା ଏମିତି ଏକ ଯାତ୍ରା ଯେଉଁଥିରେ ଶ୍ରଦ୍ଧାଳୁଙ୍କ ଗହଣକୁ ଯାଇଥାନ୍ତି ମହାପ୍ରଭୁ । ସାରା ବିଶ୍ୱର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇ ସୌଭାଗ୍ୟପ୍ରାପ୍ତି କରିବାକୁ ପ୍ରୟାସ କରିଥାନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ, ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବାକୁ ସୁଯୋଗ ମିଳିଥିବା ସେ କହିଛନ୍ତି ।

ଏହି ଅବସରରେ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପାଟଦେଇ ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷ ଶୁଣିଥିଲେ । ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ, ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।