ଉତ୍ତର କୋରିଆରେ ୧୧ ଦିନ ପର୍ଯ୍ୟନ୍ତ ହସିବା ମନା

ନୂଆଦିଲ୍ଲୀ : ଉତ୍ତର କୋରିଆ ନାଗରିକଙ୍କ ଉପରେ ୧୧ ଦିନ ଯାଏଁ ହସିବା ମନା । ଏହାସହ ମଦ୍ୟପାନ ଓ ଶପିଂ କରିବା ଉପରେ କଟକଣା ଜାରି କରାଯାଇଛି । ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏହି ଆଦେଶ ଜାରି କରିଛନ୍ତି । ନିଜ ପିତା କିମ୍‌ ଜୋଙ୍ଗ୍‌ ଉନଙ୍କ ୧୦ତମ ପୂଣ୍ୟତିଥୀ ଅବସରରେ ଏହି ଆଦେଶ ଜାରି କରିଛନ୍ତି । ଆଜିଠୁ ଆଗାମୀ ୧୧ ଦିନ ପର୍ଯ୍ୟନ୍ତ ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।

ଯେଉଥିପାଇଁ ଏହି କଟକଣା ଲଗାଯାଇଛି । ସେହିପରି ସାଧାରଣ ଲୋକେ ସାମଗ୍ରୀ କିଣିବାକୁ ଘରୁ ବାହାରିପାରିବେ ନାହିଁ । ଏହି ନିୟମ ଉଲ୍ଲଙ୍ଘନ କଲେ ଗିରଫ ହେବା ସହ ଦଣ୍ଡ ଦିଆଯିବାର ନିୟମ ରହିଛି । ଅନ୍ୟପକ୍ଷରେ ୧୧ ଦିନ ଶୋକ ସମୟରେ ଯଦି କାହାର ମୃତ୍ୟୁ ହୋଇଯାଏ ତାହେଲେ ତା ପରିବାର ଲୋକଙ୍କୁ କାନ୍ଦିବାକୁ ମଧ୍ୟ ଅନୁମତି ନାହିଁ । ଏପରିକି ଅନ୍ତିମ ସତ୍କାର ମଧ୍ୟ ୧୧ ଦିନ ଶୋକ ପରେ କରାଯାଇଥାଏ । ଶୋକ ଅବଧି ସମୟରେ ଲୋକେ ଜନ୍ମଦିନ ମଧ୍ୟ ପାଳନ କରିପାରିବେ ନାହିଁ ବୋଲି ଆଦେଶ ଜାରି ହୋଇଛି ।