ଗୋଟିଏ ଦିନରେ ଏନଏଚଏଏଆଇ ୧.୨୫ ଲକ୍ଷ ଚାରା ଲଗାଇଲା
ଏହି ଅବସରରେ ନିଜ ସମ୍ବୋଧନରେ ଗଡ଼କରୀ କହିଛନ୍ତି ଯେ ମନ୍ତ୍ରାଳୟ ବୃକ୍ଷରୋପଣ ଏବଂ ଚାରାରୋପଣ ଉପରେ ଧ୍ୟାନ ଦେଇଛନ୍ତି….
ନୂଆଦିଲ୍ଲୀ: ଆଜାଦୀର ଅମୃତ ମହୋତ୍ସବର ତତ୍ୱାବଧାନରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ବୃକ୍ଷରୋପଣ ଅଭିଯାନ ଚଳାଇ ରେକର୍ଡ ଚାରା ଲଗାଇଛନ୍ତି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ରବିବାର ଦିନ ନାଗପୁରରେ ଅଭିଯାନର ଶୁଭାରମ୍ଭ କରିଥିଲେ । ଏନଏଚଏଆଇର ଲକ୍ଷ୍ୟ ଭାରତର ସ୍ୱତନ୍ତ୍ରତାର ୭୫ ବର୍ଷ ପୁର୍ଣ୍ଣ ହେବା ଉପଲକ୍ଷେ ଅମୃତ ମହୋତ୍ସବକୁ ଚିହ୍ନିତ କରିବା ପାଇଁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ୭୫ ଲକ୍ଷ ବୃକ୍ଷରୋପଣ କରିବେ । ଏହି ଅବସରରେ ନିଜ ସମ୍ବୋଧନରେ ଗଡ଼କରୀ କହିଛନ୍ତି ଯେ ମନ୍ତ୍ରାଳୟ ବୃକ୍ଷରୋପଣ ଏବଂ ଚାରାରୋପଣ ଉପରେ ଧ୍ୟାନ ଦେଇଛନ୍ତି । ସେ ଲୋକଙ୍କୁ ଆଗକୁ ଆସିବା ଏବଂ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆହ୍ୱାନ କରିଛି । ତେବେ ବୃକ୍ଷରୋପଣ ଅଭିଯାନର ସ୍ଥାୟୀ ଏବଂ ଦୀର୍ଘକାଳୀନ ପ୍ରଭାବ ହୋଇପାରେ ।