ପାକିସ୍ତାନରେ ପଶିଲା ଓମିକ୍ରନ

କରାଚି : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସାରା ଦେଶରେ ନିଜର କାୟା ବିସ୍ତାର କରିଚାଲିଛି । ପାକିସ୍ତାନରେ ଓମିକ୍ରନର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ଜଣାପହିଛି । ପାକିସ୍ତାନର ଜଣେ ମହିଳା ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଆଗା ଖାନ ୟୁନିଭରସିଟି ହସ୍ପିଟାଲ କହିଛି ଯେ ଜିନୋମ କ୍ରମରେ ନୂତନ ଭୂତାଣୁର ନୂଆ ପ୍ରକାର ଭାରିଆଣ୍ଟ ଚିହ୍ନଟ ହୋଇଛି । ଏଠାରେ ପ୍ରଥମ ମହିଳା ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛି । ସିନ୍ଧ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଭିଡିଓ ମାଧ୍ୟମରେ ମହିଳାଙ୍କୁ ଟିକାକରଣ କରାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି ।