ପଞ୍ଜାବରେ ସମସ୍ତ କରୋନା କଟକଣା ହଟିଲା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଏବେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କଟକଣା ହଟାଇଥିଲେ ମଧ୍ୟ କିଛି ରାଜ୍ୟରେ କଟକଣା ଏବେ ବି ବଳବତ୍ତର ରହିଛି । ସେହିପରି ପଞ୍ଜାବରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ପଞ୍ଜାବ ସରକାର ରାଜ୍ୟରେ ଥିବା ସମସ୍ତ ପ୍ରକାରର କୋଭିଡ କଟକଣାକୁ ହଟାଇ ଦେଇଛନ୍ତି । ତେବେ ସରକାର ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଏହି ନିର୍ଦ୍ଦେଶନାମାକୁ ପଞ୍ଜାବର ସମସ୍ତ ଜିଲ୍ଲାପାଳ ଓ ଅଧିକାରୀଙ୍କ ପାଖକୁ ମଧ୍ୟ ପଠାଇ ଦିଆଯାଇଛି ।