ଆଲୋଚନା ଦ୍ୱାରା ଜ୍ଞାନବାପି ମାମଲାର ସମାଧାନ ହେଉ
in the case of gyanabavipi matter be settled by negotiation
ନାଗପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର ସର ସଂଘ ଚାଳକ ଡକ୍ଟର ମୋହନ ଭାଗବତ କହିଛନ୍ତି ଯେ ବାରାଣସୀର ଜ୍ଞାନବାପି ପ୍ରସଙ୍ଗରେ ହିନ୍ଦୁ ଏବଂ ମୁସଲମାନ ଦଳ ପାରସ୍ପରିକ ଆଲୋଚନା କରିବାର ଏକ ଉପାୟ ବାହାର କରିବା ଉଚିତ୍ । ଏକା ସାଙ୍ଗରେ ସରସଙ୍ଘ ଚାଳକ ମୁସଲମାନ ଦଳ ଗୁଡ଼ଇକୁ ସମ୍ବିଧାନରେ କାର୍ଯ୍ୟ କରୁଥିବା ନ୍ୟାୟପାଳିକାର ନିଷ୍ପତିକୁ ସମ୍ମାନ ଦେବା ପାଇ ଆହ୍ୱାନ ଦେଇଥିଲେ ।
ଭାଗବତ ଉଗ୍ରବାଦୀ ହିନ୍ଦୁମାନଙ୍କୁ ମଧ୍ୟ ପ୍ରତ୍ୟେକ ମସଜିଦରେ ଶିବଲିଙ୍ଗ ଖୋଜିବା ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି । ଭାଗବତ କହିଛନ୍ତି ଯେ, ଭାରତ ଆକ୍ରମଣ ପରେ ଇସଲାମୀୟ ଶାସକ ମାନେ ହିନ୍ଦୁମାନଙ୍କର ବିଶ୍ୱାସର ପ୍ରତୀକ ଥିବା ଅନେକ ମନ୍ଦିରକୁ ନଷ୍ଟ କରି ଦେଇଛନ୍ତି । ହିନ୍ଦୁମାନେ ଅନୁଭବ କରନ୍ତି ଯେ, ଏହିପରି ସ୍ଥାନଗୁଡ଼ିକ ବର୍ତ୍ତମାନ ପୁନର୍ଜୀବିତ ହେବା ଉଚିତ ।
ଜ୍ଞାନବାପି ପ୍ରସଙ୍ଗ ଆଲୋଚନା ମାଧ୍ୟମରେ ବାଟ ଖୋଜିବାକୁ ପଡ଼ିବ । ଯଦି କୌଣସି ଦଳ କୋର୍ଟକୁ ଯାଆନ୍ତି ତେବେ ନ୍ୟାୟପାଳିକାର ନିଷ୍ପତ୍ତିକୁ ସମ୍ମାନ ଦିଆଯିବା ଉଚିତ୍ । ସର ସଂଘ ଚାଳକ କହିଛନ୍ତି ଯେ, ସଙ୍ଘ କାହାର ପୂଜାପାଠ ବିରୁଦ୍ଧରେ ନୁହେଁ । ଯଦି ଦେଶକୁ ଏକ ବିଶ୍ୱ ଗୁରୁ ହେବାକୁ ପଡ଼ିବ ତେବେ ସମାଜରେ ପାରସ୍ପରିକ ସମନ୍ୱୟ, ସ୍ନେହ ଏବଂ ଭାଇଚାରା ହେବା ଉଚିତ ।