ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି ।ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୭୦,୮୮୧ରହିଛି।
ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୬୦,୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୭୫ ଦିନରେ ଏହା ସର୍ବନିମ୍ନ ଦୈନିକ ସଂକ୍ରମଣ । ଏହା ଫଳରେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୫ ଲକ୍ଷକୁ ବୃଦ୍ଧି ପାଇଛି । ଏହି ୨୪ ଘଣ୍ଟାରେ ଦେଶରେ ୨୭୨୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।ଫଳରେ ଦେଶର ମୋଟ ମୃତ୍ୟୁସଂଖ୍ୟା ୩୭୭୦୩୧କୁ ବୃଦ୍ଧି ପାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାମାରୀ କରୋନା ଦେଶରେ ଆଉ ୨୭୨୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୭୭,୦୩୧ରେ ପହଞ୍ଚି ଯାଇଛି। ସେହିପରି ଦିନକରେ ୧୧୭୫୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ଏଯାଏ ମୋଟ ୨,୮୨,୮୦,୪୭୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ଆକ୍ଟିଭେ କେସ୍ ସଂଖ୍ୟା ୯ ଲକ୍ଷ ୧୩ ହଜାର ୩୭୮ ରହିଛି। ଗତକାଲି ତୁଳନାରେ ଆକ୍ଟିଭ କେସ୍ ସଂଖ୍ୟା ଆଜି ୫୯,୭୮୦ ହ୍ରାସ ପାଇଛି।