ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧ହଜାର ୮୨୯ କରୋନା ପଜିଟିଭ୍‌ ଚିହ୍ନଟ

ଦେଶରେ ୨ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ….

ନୂଆଦିଲ୍ଲୀ: ଦେଶରେ ୨ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧ହଜାର ୮୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନା ଯୋଗୁ ସାରା ଦେଶରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । କରୋନାରୁ ଗତ ୨୪ ଘଣ୍ଟାରେ ୨,୫୪୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।  ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୬୭୪ ରହିଛି । ସଂକ୍ରମଣ ତୁଳନାରେ ଦେଶରେ ଦୈନିକ ପଜିଟିଭିଟି ହାର ୦.୪୨ ପ୍ରତିଶତକୁ ହ୍ରାସ ପାଇଛି ।