ନୂଆଦିଲ୍ଲୀ: ୫୩ ଲକ୍ଷ ଟପିଲା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୯୩ ହଜାର ୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫୩ ଲକ୍ଷ ୮ ହଜାର ୧୫ରେ ପହଁଚିଛି । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ କରୋନା ଭୂତାଣୁ ୧ ହଜାର ୨୪୭ ଜଣଙ୍କ ଜୀବନ ନେଇଥିବା ବେଳେ ୯୫୮୮୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ତେବେ ବର୍ତ୍ତମାନ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ୮ ହଜାର ୧୫ରେ ପହଁଚିଛି। ମୃତ୍ୟୁ ସଂଖ୍ୟା ୮୫ ହଜାର ୬୧୯ରେ ପହଁଚିଛି । ସକ୍ରିୟ ମାମଲା ୧୦ ଲକ୍ଷ ୧୩ ହଜାର ୯୬୪ ରହିଥିବା ବେଳେ ଚିକିତ୍ସା ପରେ ସୁସ୍ଥ ହୋଇ ୪୨ ଲକ୍ଷ ୮ ହଜାର ୪୩୨ ଜଣ ଘରକୁ ଫେରିଛନ୍ତି ।