ଟ୍ୟୁନିସିଆରେ ଡଙ୍ଗା ବୁଢି ୬ ମୃତ

ଟ୍ୟୁନିସ : ଟ୍ୟୁନିସିଆରେ ଏକ ଡଙ୍ଗା ବୁଡିଯିବାରୁ ୬ ଜଣଙ୍କର ମୃତ୍ୟୁ ହେବା ସହ ୩୦ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି । ସେହିପରି ଟ୍ୟୁନିସିଆ ନୌସେନା ଏବଂ ତଟରକ୍ଷୀ ବାହିନୀ ଦ୍ୱାରା ମୃତଦେହ ଉଦ୍ଧାର କରିବା ସହ ୩୪ ଜଣ ଶିଶୁଙ୍କ ଜୀବନ୍ତ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଡଙ୍ଗାଟି ପଡୋଶୀ ଦେଶ ଲିବିୟାରୁ ବାହାରି ଟ୍ୟୁନିସିଆ ଜର୍ସିସ ସହର ପାଖାପାଖି ୪୦ କିଲୋମିଟର ଦୂରରେ ଯାଇ ପହଞ୍ଚିଥିଲା । ଏମିତି ଘଟଣା ଘଟିବା ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ମଧ୍ୟ ଭୂମଧ୍ୟସାଗରୀୟ ଏହି ରାସ୍ତାଟି ଉତ୍ତର ଆଫ୍ରିକାରୁ ଦକ୍ଷିଣ ଇଟାଲୀ ପର୍ଯ୍ୟନ୍ତ ଯାଇଥାଏ । ୟୁରୋପ ପାଇଁ ସବୁଠୁ ବ୍ୟସ୍ତ ବହୁଳ ଏବଂ ବିପଦ ଜନକ ରାସ୍ତା । ଏହି ବାଟ ଦେଇ ଲିବିୟା ଏବଂ ଟ୍ୟୁନିସିଆର ଲୋକେ ବହୁ ମାତ୍ରାରେ ଯାତ୍ରା କରିଥାନ୍ତି ।