ଭାରତୀୟ ରେଳବାଇର ୨୬ ହଜାର କୋଟିରୁ ଅଧିକ ରାଜସ୍ବ ବୃଦ୍ଧି

ଭାରତୀୟ ରେଳବାଇର ମୋଟ୍‍ ରାଜସ୍ୱ ଗତବର୍ଷ ତୁଳନାରେ….

ଡେସ୍କ: ଭାରତୀୟ ରେଳବାଇର ମୋଟ୍‍ ରାଜସ୍ୱ ଗତବର୍ଷ ତୁଳନାରେ ଚଳିତବର୍ଷ ଅଗଷ୍ଟ ମାସ ସୁଦ୍ଧା ୩୮ ପ୍ରତିଶତ ବୃଦ୍ଧି ପାଇଛି। ଏହି ମାସ ଶେଷ ସୁଦ୍ଧା ମୋଟ ରାଜସ୍ୱ ପ୍ରାୟ ୯୫ ହଜାର ୪୮୬ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୨୬ ହଜାର ୨୭୧ କୋଟି ଟଙ୍କା ଅଧିକ ବୋଲି ଜଣାପଡ଼ିଛି। ରେଳମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯାତ୍ରୀ ପରିବହନରୁ ଗତବର୍ଷ ତୁଳନାରେ ୧୧୬ ପ୍ରତିଶତ ଅଧିକ ରାଜସ୍ୱ ମିଳିଛି। ଏହାର ପରିମାଣ ୨୫ ହଜାର ୨୭୬ କୋଟି ଟଙ୍କା ରହିଛି। ସୂଚନା ଅନୁଯାୟୀ ଯାତ୍ରୀ ରାଜସ୍ୱରେ ୫୦ ପ୍ରତିଶତ ଏବଂ ପରିବହନ ରାଜସ୍ୱରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି।