ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଯେକୌଣସି ସାମଗ୍ରୀ କିଣାକିଣି ଠାରୁ ଆରମ୍ଭ କରି ପେଟ୍ରୋଲ- ଡିଜେଲ ପକାଇବା ପାଇଁ ମଧ୍ୟ କ୍ରେଡିଟ୍ କାର୍ଡର ବ୍ୟବହାର ହେଉଛି । କିନ୍ତୁ, ବର୍ତ୍ତମାନ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ଏକ ବଡ ଝଟକା ଦେଇଛି ‘ଆସିଆସିଆଇ ବ୍ୟାଙ୍କ୍। ଏବେ ଠିକ୍ ସମୟରେ ଟଙ୍କା ପୈଠ ନ କଲେ ଅଧିକ ଶୁଳ୍କ ଦେବାକୁ ପଡିବ। ‘ଲେଟ୍ ପେମେଣ୍ଟ ଚାର୍ଜକୁ ବୃଦ୍ଧି କରିଛି ‘ଆଇସିଆଇସିଆଇ’ ବ୍ୟାଙ୍କ୍ । ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଏହି ‘ଲେଟ୍ ପେମେଣ୍ଟ ଚାର୍ଜ’ ବୃଦ୍ଧି କରିବା ପାଇଁ ଆଲୋଚନା କରୁଛନ୍ତି ।