ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅର୍ଥ ବ୍ୟବସ୍ଥା ଓ ରେପୋ ରେଟକୁ ନେଇ ବିଶେଷ ସୂଚନା ପ୍ରଦାନ କରିଛନ୍ତି । ଶକ୍ତିକାନ୍ତ କହିଛନ୍ତି ଯେ ଆର୍ଥିକ ଗତିବିଧି ଖୁବ ମନ୍ଥର ଗତିରେ ଚାଲିଛି ଏବଂ ଦେଶର ବଜାରରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଦେଶରେ ଦରବୃଦ୍ଧି ଉପରେ ବି ପ୍ରଭାବ ପକାଇଛି । ସେଥିପାଇଁ ରେପୋରେଟ ୦.୪୦ ପ୍ରତିଶତକୁ ବଢାଯାଉଛି । ଫଳରେ ରେପୋ ରେଟ ଏବେ ୪.୪୦ ପ୍ରତିଶତ ହୋଇଯାଇଛି । ଫଳରେ ବ୍ୟାଙ୍କ ସମେତ ଓ ସାଧାରଣ ଲୋକଙ୍କୁ ଋଣ ନେବା ମହଙ୍ଗା ପଡିବ । ରେପୋ ରେଟ ବଢିବା ଦ୍ୱାରା ଆରବିଆଇରୁ ଋଣ ନେବା ବ୍ୟାଙ୍କ ପାଇଁ ମହଙ୍ଗା ପଡିବ ଆଉ ଏହାର ବୋଝ ନିଶ୍ଚିତ ରୂପେ ସାଧାରଣ ଲୋକଙ୍କ ଉପରେ ପଡିବ ।
ସୂଚନାଯୋଗ୍ୟ ଆରବିଆଇର ମୁଦ୍ରାନୀତି ସମୀକ୍ଷା ଅର୍ଥାତ ଏମପୀସୀ ବୈଠକ ଜୁନ ୬ରୁ ୮ ମଧ୍ୟରେ ହେବାର ଥିଲା । କିନ୍ତୁ ବୈଶ୍ୱିକ ସ୍ଥିତିକୁ ଦୃଷ୍ଟିରେ ରଖି ଆରବିଆଇ ରୋପୋ ରେଟ ୦.୪୦ ପ୍ରତିଶତ ବଢାଯାଇଛି ।