ଆଜିକୁ ୪୧ବର୍ଷ ତଳେ ଇତିହାସ ରଚିଥିଲା ଭାରତ

ସାକ୍‌ସୀ ନ୍ୟୁଜ୍‌ ବ୍ୟୁରୋ : ପ୍ରଥମ ଥର ପାଇଁ ବିଶ୍ୱକପ୍‌ ବିଜୟୀ ହୋଇଥିଲା । ୨୫ ଜୁନ୍‌ ୧୯୮୩ ରେ ଭାରତୀୟ କ୍ରିକେଟ୍‌ ଜଗତ ପାଇଁ ଏକ ଐତିହାସିକ ଦିନ । ସେତେବେଳର ବିଶ୍ୱ ବିଜୟୀ ଥିବା ଓ୍ୱେଷ୍ଟଇଣ୍ଡିଜ୍‌ ଟିମକୁ ୪୩ ରନରେ ପରାସ୍ତ କରି ନିଜର କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ହାତେଇଥିଲା କପିଲ୍‌ ଦେବଙ୍କ ଟିମ୍‌ । ପୁରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମର ପ୍ରଦର୍ଶନ ଏତେ ବି ଭଲ ନଥିଲା, କିନ୍ତୁ ବିଶ୍ୱକପ୍‌ ଫାଇନାଲରେ ଓ୍ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ସମସ୍ତଙ୍କୁ ଚକିତ କରିଦେଇଥିଲା ।

ସେତେବେଳ କ୍ରିକେଟ୍‌ ଜଗତର ଦୁଇଟି ସର୍ବଶ୍ରେଷ୍ଠ ଟିମ୍‌ ଥିଲା ଇଂଲଣ୍ଡ ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ । ଏହି ଦୁଇ ଦଳକୁ ହରାଇ ଭାରତ ବିଶ୍ୱକପ୍‌ ବିଜୟୀ ହୋଇଥିଲା ।୧୯୮୩ ବିଶ୍ୱକପ୍‌ ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜ୍‌ ଦୁଇ ଥର ବିଶ୍ୱକପ୍‌ ବିଜୟୀ ହୋଇଥିଲା । ୧୯୭୫ ଓ ୧୯୭୯ରେ ହୋଇଥିବା ଦୁଇଟି ଦିନିକିଆ ବିଶ୍ୱକପ୍‌ରେ ଓ୍ୱେଷ୍ଟଇଣ୍ଡିଜ୍‌ କପ୍‌ ହାତେଇଥିଲା । ତେବେ ୧୯୮୩ ବିଶ୍ୱକପ୍‌ରେ ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ ଟସ୍‌ ଜିତି ପ୍ରଥମେ ଭାରତୀୟ ଟିମ୍‌କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା ।

ଭାରତ ପ୍ରଥମେ ବ୍ୟାଟିଂ କରି ୫୪.୪ ରେ ମାତ୍ର ୧୮୩ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ସେତେବେଳେ ୬୦ଓଭରର ମ୍ୟାଚ୍‌ ଖେଳାଯାଏ । ଭାରତ ପକ୍ଷରୁ କୃଷ୍ଣାମାଚାରୀ ଶ୍ରୀକାନ୍ତ ସର୍ବାଧିକ ୩୮ରନ୍‌ କରିଥିଲେ, ଯାହାପରେ ଫାଇନାଲରେ ସର୍ବାଧିକ କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ସ୍କୋର ଥିଲା । ଭାରତର ୧୮୩ ରନରେ ଅଲଆଉଟ୍‌ ହେବା ପରେ ପଡିଆକୁ ଓହ୍ଲାଇଥିଲା ଓ୍ୱେଷ୍ଟଇଣ୍ଡିଜ୍‌ ଦଳ । ଇଣ୍ଡିଜ୍‌ ଟିମ୍‌ ସାମ୍ନାରେ ଏହା କୌଣସି ବଡ ଲକ୍ଷ୍ୟ ନଥିଲା । କିନ୍ତୁ ବଲବୀନ୍ଦର ସିଂହ ସଂନ୍ଧୁଙ୍କ ବଲରେ ଓ୍ୱେଷ୍ଟଇଣ୍ଡିଜର ଗାର୍ଡେନ୍‌ ଗ୍ରୀନିଜଙ୍କୁ ଆଉଟ୍‌ କରି ଭାରତକୁ ଜବରଦସ୍ତ ସଫଳତା ଦେଇଥିଲେ ।

ମାତ୍ର ୫ରନର ସ୍କୋରରେ ଓ୍ୱେଷ୍ଟଇଣ୍ଡିଜ୍‌ ଟିମକୁ ଝଟକା ଲାଗିଥିଲା । କିନ୍ତୁ ଏହାପରେ ଭିଭିଆନ୍‌ ରାଚର୍ଡସ ଧୁଆଁଧାର ବ୍ୟାଟିଂ କରି ୩୩ ରନ୍‌ କରିଦେଇଥିଲେ । କ୍ରିଜରେ ଦବଦବା ଜମାଇ ସାରିଥିବା ରାଚାର୍ଡସଙ୍କୁ ମଦନ ଲାଲଙ୍କ ଓଭରର ଏକ ବଲକୁ ଖେଳିବାକୁ ଯାଇ ମିଡ୍‌ ଓ୍ୱେକଟ୍‌ ପଟକୁ ଖେଳିଦେଇଥିଲେ । କପିଲ ଦେବ ପଛକୁ ଦୌଡି ଦୌଡି ଏକ ଅଦ୍ଭୁତ କ୍ୟାଚଟି ଧରିଥିଲେ । ସେତେବେଳେ ଇଣ୍ଡିଜ୍‌ ଟିମକୁ ୫୭ ରନରେ ତୃତୀୟ ଝଟକା ଲାଗିଥିଲ । ସେହି ଓ୍ୱିକେଟ୍‌ ସହିତ ଭାରତୀୟ କ୍ରିକେଟ ଟିମର ଜୋସ୍‌ ବଢିଯାଇଥିଲା । ରିଚାଡର୍ସଙ୍କ ଆଉଟ ହେବା ପରେ ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ ଜିତିବା ମୁସକିଲ ହୋଇପଡିଥିଲା । ଶେଷରେ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ୱକପ ବିଜେତା ହୋଇଥିଲା ଭାରତ ।