ପାକିସ୍ଥାନକୁ କଡ଼ା ଜବାବ ଦେଲା ଭାରତ

ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଟିପ୍ପଣୀ ଦେଉଥିବା ଇସଲାମୀ ଦେଶର ସଂଗଠନ….

ନୂଆଦିଲ୍ଲୀ : ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଟିପ୍ପଣୀ ଦେଉଥିବା ଇସଲାମୀ ଦେଶର ସଂଗଠନ (ଓଆଇସି) ଏବଂ ପାକିସ୍ଥାନକୁ ଭାରତ କଡ଼ା ଜବାବ ଦେଇଛି । ଓଆଇସିର ସଚିବାଳୟର ଦିଆଯାଇଥିବା ବୟାନକୁ ଭାରତ ସଂକୀର୍ଣ୍ଣ ମାନସିକତା ବୋଲି କହିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଦୁଃଖର ବିଷୟ ଯେ, ଓଆଇସି ସଚିବାଳୟ ପୁଣିଥରେ ଉତେଜନାମୂଳକ, ବିଭ୍ରାନ୍ତିକର କଥା କହିଛି । ଏହା କେବଳ ନ୍ୟସ୍ତ ସ୍ୱାର୍ଥର ଆଦେଶରେ ଅନୁସରଣ କରାଯାଉଥିବା ବିଭାଜନକାରୀ ଏଜେଣ୍ଡାକୁ ପ୍ରକାଶ କରେ ।