ଭୀଷଣ ଯୁଦ୍ଧ ପାଇଁ ୧୫ ଦିନର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ରଖିବାକୁ ସେନାକୁ ଅନୁମତି: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି

ଏସ୍ ନ୍ୟୁଜ: “ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ” ଏଲଏସିରେ ଚୀନ ସହ ସୀମା ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମହଜୁଦ ରଖିବାକୁ ସେନାକୁ ସରକାର ଅନୁମତିଦେଇଛନ୍ତି ।
ପୂର୍ବରୁ ସେନା ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖୁଥିଲା। ସେହିପରି ପ୍ରତିରକ୍ଷା ବାହିନୀର ଆର୍ଥିକ କ୍ଷମତାକୁ ମଧ୍ୟ ୫ଶହ କୋଟି ଯାଏ ବୃଦ୍ଧି କରାଯାଇଛି । ପ୍ରତି ବାହିନୀ ମଧ୍ୟ ଜରୁରୀ କାଳୀନ ପରିସ୍ଥିତିରେ ନିଜର ଆଶୁ ଆବଶ୍ୟକତା ପୁରଣ ପାଇଁ ଅତିରିକ୍ତ ୩୦୦କୋଟି ଟଙ୍କା ଲେଖାଏଁଖର୍ଚ୍ଚ କରିପାରିବେ ବୋଲି କୁହାଯାଇଛି ।