ନୂଆଦିଲ୍ଲୀ: ଭାରତ-ଚୀନ ସୀମା ନିକଟରେ ଯୋଗାଯୋଗରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଲଗାତାର ପ୍ରସାୟ କରୁଛନ୍ତି । ଏହାସହ ୨,୦୮୮ କିମି ଲମ୍ୱା ସବୁ ପାଣିପାଗରେ କାର୍ଯ୍ୟକାରୀ ହେଉଥିବା ସଡକ ନିର୍ମାଣ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏଲଏସି ନିକଟରେ ଦୁଇ ଦେଶ ମଧ୍ୟରେ ତ଼ିକ୍ତତା ଜାରି ରହିଛି ।
କେନ୍ଦ୍ର ସରକାର ଗତ ପାଞ୍ଚ ବର୍ଷରେ ଏଲଏସିରେ ନିର୍ମାଣ ଗତିବିଧି ସହ ଭିତ୍ତିଭୂମିର ବିକାଶ ଉପରେ ଫୋକସ ଦେଇଛନ୍ତି । ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ଗୃହରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି, କେନ୍ଦ୍ର ସରକାର ଗତ ୫ ବର୍ଷରେ ଭାରତ-ଚୀନ ସୀମା ନିକଟରେ ସଡକ ପରିଯୋଜନା ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଚୀନ, ପାକିସ୍ତାନ, ମିାଆଁମାର ଏବଂ ବାଂଲାଦେଶ ସହ ସୀମାରେ ସବୁ ପାଣିପାଗରେ ବ୍ୟବହାରରେ ଆସିପାରୁ ଥିବା ୩,୫୯୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୨୦,୭୬୭ ଟଙ୍କା ଖର୍ଚ୍ଚ କରିଛନ୍ତି ।