ଭାରତ ଆମର ପ୍ରକୃତ ବନ୍ଧୁ: ବାଂଲାଦେଶ ପ୍ରଧାନମନ୍ତ୍ରୀ
ଅନେକ ସମରେ ଭାରତ ଓ ବାଲାଂଦେଶ ଏହା କରିଛନ୍ତି ବୋଲି ଶେଖ ହସିନା କହିଛନ୍ତି……
ନୂଆଦିଲ୍ଲୀ: ଭାରତର ପ୍ରଶଂସାରେ ସତମୁଖ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ କଲେ ତାରିଫ । ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ପୂର୍ବ ୟୁରୋପରେ ଫସିଥିବା ବାଂଲାଦେଶୀ ଛାତ୍ରଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି । ଏକ ସାକ୍ଷାତକାର ଦେଇ ଭାରତ ସରକାରଙ୍କୁ ତାରିଫ କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ । ଦୁଇ ଦେଶ ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ମତଭେଦ ରହିପାରେ ।
ତେବେ ପରସ୍ପର ଆଲୋଚନା କରି ଏହାର ସମାଧାନ କରିପାରିବେ । ଅନେକ ସମରେ ଭାରତ ଓ ବାଲାଂଦେଶ ଏହା କରିଛନ୍ତି ବୋଲି ଶେଖ ହସିନା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାରିଫ କରି ହସିନା କହିଛନ୍ତି ଯେ ଭାରତ ସରକାରଙ୍କ ସମର୍ଥନରେ ବାଂଲାଦେଶୀ ନାଗରିକଙ୍କୁ ଅନେକ ସାହାଯ୍ୟ ମିଳିଛି । ମୋଦୀଙ୍କୁ ଧନ୍ୟବାଦ ଦେଇ ହସିନା କହିଛନ୍ତି ମୁଁ ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ତରଫରୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି ।
ସେହିପରି କରୋନା ସମୟରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଭ୍ୟାକ୍ସି ମୈତ୍ରୀ କାର୍ଯ୍ୟକ୍ରମକୁ ମଧ୍ୟ ତାରିଫ କରିଛନ୍ତି ହସୀନା । ସେ କହିଛନ୍ତି ଏହି ପଦକ୍ଷେପ ପାଇଁ ମୁଁ ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଉଛ । ସେ କବେଳ ବାଂଲାଦେଶ ନୁହେଁ ବରଂ କିଛି ଦକ୍ଷିଣ ଏସିଆ ଦେଶକୁ ବି ଟିକା ଦେଇଛନ୍ତି । ଯାହା ପ୍ରକୃତରେ ବହୁତ ସାହାଯ୍ୟ କଲା । ଏହା ବାଦ ଆମେ ଟଙ୍କା ଦେଇ ମଧ୍ୟ ଭାରତରୁ ଟିକା କିଣୁଛି ।